ETV Bharat / bharat

ଦିଲ୍ଲୀ ହିଂସା: କୋର୍ଟରେ 750ଟି ମାମଲା, 120 ଚାର୍ଜସିଟ ଦାଖଲ କଲା ପୋଲିସ

author img

By

Published : Jun 30, 2020, 6:26 PM IST

ଦିଲ୍ଲୀ ହିଂସାକୁ ଅନେକ ସମୟ ବିତିଥିଲେ ମଧ୍ୟ ଏହାର ଶୁଣାଣି ଉପରେ ବାଧକ ସାଜିଛି ଲକଡାଉନ । ହିଂସା ସହ ଜଡିତ ମାମଲାରେ ଦିଲ୍ଲୀ ପୋଲିସ 750ଟି ଏଫଆଇଆର ରୁଜୁ କରିଛି । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା: କୋର୍ଟରେ 750ଟି ମାମଲା ରୁଜୁ, 120 ଚାର୍ଜସିଟି ଦାଖଲ କଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ 4 ମାସ ବିତିଲାଣି। ଏହି ମାମଲାରେ ପୋଲିସ ଦ୍ୱାରା ନିଆଯାଇଥିବା ପଦକ୍ଷେପ ମଧ୍ୟ ସାମ୍ନାକୁ ଆସୁଛି । ହିଂସା ସହ ଜଡିତ ମାମଲାରେ ଦିଲ୍ଲୀ ପୋଲିସ 750ଟି ଏଫଆଇଆର ରୁଜୁ କରିଛି । ଏଥିରୁ ଅନେକ ମାମଲାଗୁଡ଼ିକର ଯାଞ୍ଚ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ କରୁଛି । ଯଦି ଆପଣ ଏହି ଆକଳନକୁ ଦେଖାଯାଏ, ହିଂସା ସହ ଜଡିତ ମାମଲାରେ ଦିଲ୍ଲୀର ବିଭିନ୍ନ କୋର୍ଟରେ 120ଟି ଚାର୍ଜସିଟ ଦାଖଲ କରାଯାଇଛି। ଦିଲ୍ଲୀ ପୋଲିସ ଏବଂ କ୍ରାଇମ ବ୍ରାଞ୍ଚ ଟିମ୍ ବର୍ତ୍ତମାନ 630ଟି ମାମଲାର ତଦନ୍ତ କରୁଛନ୍ତି।

ତେବେ ଏହି ଯାଞ୍ଚରେ ବିଳମ୍ବ ହେବାର ମୁଖ୍ୟ କାରଣ ଲକଡାଉନ ବୋଲି କୁହାଯାଉଛି । କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି, ଅନ୍ୟ ଗୁରୁତ୍ବପୂର୍ଣ୍ଣ ମାମଲା ହେତୁ କୋର୍ଟ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ନିର୍ଣ୍ଣୟ ନେଇନାହାଁନ୍ତି।

ପୋଲିସ ସୂତ୍ର ଅନୁଯାୟୀ, ଦିଲ୍ଲୀ ହିଂସା ମାମଲାରେ ମୋଟ 750 ଏଫଆଇଆର ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ 690ଟି ଏଫଆଇଆର ସ୍ଥାନୀୟ ପୋଲିସ ଅର୍ଥାତ ଉତ୍ତର ପୂର୍ବ ଜିଲ୍ଲା ପୋଲିସ ଦ୍ୱାରା ଅନୁସନ୍ଧାନ କରାଯାଉଛି । ବଳକା 60ଟି ମାମଲାର କ୍ରାଇମ ବ୍ରାଞ୍ଚର ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି। ସୂଚନା ଅନୁଯାୟୀ, ସ୍ଥାନୀୟ ପୋଲିସ ଅନୁସନ୍ଧାନ କରୁଥିବା ଏହି 690 ଟି ମାମଲା ମଧ୍ୟରୁ ଅଧିକାଂଶ ମାମଲାର ତଦନ୍ତ ବିଳମ୍ବ ହୋଇଛି।

ହିଂସା ସମ୍ବନ୍ଧୀୟ ମାମଲାର ତଦନ୍ତରେ ବିଳମ୍ବ ହେବାର କାରଣ ଲକଡାଉନ ବୋଲି କୁହାଯାଉଛି । ସ୍ଥାନୀୟ ପୋଲିସର 690ଟି ମାମଲା ମଧ୍ୟରୁ ପ୍ରାୟ 600 ମାମଲା ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ଯେଉଁ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି, ସେ ସମ୍ପର୍କରେ କୋର୍ଟ ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣୟ ନେଇନାହାନ୍ତି। ଏଥି ସହିତ କ୍ରାଇମବ୍ରାଞ୍ଚ ଏହାର 60 ଟି ମାମଲାରୁ ପ୍ରାୟ 50 ପ୍ରତିଶତରେ ମାମଲା କୁ ନେଇ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.