ETV Bharat / bharat

ଜଳୁଛି ରାଜଧାନୀ, ଶାନ୍ତି-ଶୃଙ୍ଖଳା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

author img

By

Published : Feb 26, 2020, 2:59 PM IST

ଦିଲ୍ଲୀରେ ନାଗରିକତ୍ବ ସଂଶୋଧନ ଆଇନ(ସିଏଏ) କୁ ନେଇ ହିଂସା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

pm-narendra-modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତ୍ବ ସଂଶୋଧନ ଆଇନ(ସିଏଏ) କୁ ନେଇ ହିଂସା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଖୁବ୍‌ ଶୀଘ୍ର ସ୍ଥିତି ସୁଧୁରିବା ନେଇ ଦିଲ୍ଲୀବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ସେ ।

ମୋଦି ଟ୍ବିଟ କରି କହିଛନ୍ତି, 'ଦିଲ୍ଲୀର ବିଭିନ୍ନ ସ୍ଥାନରେ ବ୍ୟାପିଥିବା ହିଂସାକାଣ୍ଡର ସମୀକ୍ଷା କରାଯାଉଛି । ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଶାନ୍ତି ଏବଂ ସ୍ଥିତି ସାମାନ୍ୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଶାନ୍ତି ଏବଂ ସଦଭାବ ପାଇଁ ପ୍ରୟାସ ଜାରି ରହିଛି । ମୁଁ ଦିଲ୍ଲୀର ଭାଇ ଭଉଣୀଙ୍କୁ ଶାନ୍ତି ଏବଂ ଭାଇଚାରା ବଜାୟ ରଖିବାକୁ ଅପିଲ୍‌ କରୁଛି । ସ୍ଥିତି ସାମାନ୍ୟ କରିବା ଏବଂ ଶାନ୍ତି ଫେରାଇ ଆଣିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । '

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ଗତ ରବିବାରରୁ ହିଂସାକାଣ୍ଡ ଜାରି ରହିଛି । ଏହି ହିଂସାକାଣ୍ଡରେ ଏବେସୁଦ୍ଧା 20 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 200ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.