ETV Bharat / bharat

ଦିଲ୍ଲୀ ହିଂସା: ଆପ ନେତାଙ୍କ ଛାତରୁ ମିଳିଲା ପେଟ୍ରୋଲ ବୋମା ଓ ପଥର, ତଦନ୍ତ ଆରମ୍ଭ

author img

By

Published : Feb 27, 2020, 9:36 PM IST

ଗୁରୁବାର ନେହେରୁ ବିହାରର ଆମ୍ ଆଦମୀ ପାର୍ଟି ନଗର କାଉନସିଲର ତାହିର ହୁସେନଙ୍କ ଚାନ୍ଦ ବାଗ ସ୍ଥିତ ଘର ଛାତ ଉପରେ ଅନେକ ପେଟ୍ରୋଲ୍ ବୋମା ବୋତଲ, ଏସିଡ ପାଉଚ ଏବଂ ପଥର ପଡି ରହିଥିବା ଦେଖିବାକୁ ମିଳିଛି । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପଛରେ ତାହିରଙ୍କ ହାତ ଥିବା ଅଙ୍କିତଙ୍କ ପରିବାର ସଦସ୍ୟ ଅଭିଯୋଗ ଆଣିଛନ୍ତି । ଏବେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଦିଲ୍ଲୀ ପୋଲିସ AAP କାଉନସିଲର ତାହିର ହୁସେନ୍‌ଙ୍କ ଘରକୁ ସିଲ୍ କରିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ହିଂସା ପରେ ଦିଲ୍ଲୀ ସ୍ଥିତି କ୍ରମଶଃ ସାମାନ୍ୟ ସ୍ଥିତି ଆଡକୁ ଗତି କରୁଛି । ଏବେ ହିଂସା ପଛରେ ଅନେକ ଦିଗର ଖୁଲାସା ହେବାରେ ଲାଗିଛି । ଗୁରୁବାର ନେହେରୁ ବିହାରର ଆମ୍ ଆଦମୀ ପାର୍ଟି ନଗର କାଉନସିଲର ତାହିର ହୁସେନଙ୍କ ଚାନ୍ଦବାଗ ସ୍ଥିତ ଘର ଛାତ ଉପରେ ଅନେକ ପେଟ୍ରୋଲ୍ ବୋମା ବୋତଲ, ଏସିଡ ପାଉଚ ଏବଂ ପଥର ପଡି ରହିଥିବା ଦେଖିବାକୁ ମିଳିଛି ।

ଆପ୍‌ କାଉନସିଲର ତାହିର ହୁସେନଙ୍କ ଘର ସିଲ୍‌, ତଦନ୍ତ ଆରମ୍ଭ

ଅନ୍ୟପଟେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) କର୍ମଚାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ବୁଧବାର ଦିନ ଦଙ୍ଗା ପ୍ରଭାବିତ ହୋଇଥିବା ଇଲାକାର ଏକ ନାଳରୁ ଉଦ୍ଧାର କରାଯାଇଥିଲା । ଅଙ୍କିତଙ୍କ ପରିବାର ସଦସ୍ୟ ତାହିର ହୁସେନଙ୍କୁ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି କହିଥିଲେ । ଏବେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଦିଲ୍ଲୀ ପୋଲିସ AAP କାଉନସିଲର ତାହିର ହୁସେନ୍‌ଙ୍କ ଘରକୁ ସିଲ୍ କରିଛି । ଏହାସହ ହତ୍ୟା ମାମଲାରେ ଓ ଘର ଛାତ ଉପରେ ହିଂସାରେ ବ୍ୟବହୃତ ସାମାନ ମିଳିବା ଆଦି ମାମଲାରେ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ହୁସେନଙ୍କ ଘର ସେତେବେଳେ ଚର୍ଚ୍ଚା ଘେରକୁ ଆସିଥିଲା, ଯେବେ ସୋମବାର ଏବଂ ମଙ୍ଗଳବାର ଅପରାହ୍ନରେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ 100 ରୁ 150 ଜଣ ଲୋକ ତାଙ୍କ ଘର ଉପରୁ ରହି ପଥର, ପେଟ୍ରୋଲ ବୋମା ଏବଂ ଏସିଡ୍ ଫିଙ୍ଗୁଥିବା ନଜର ଆସିଥିଲେ ।

ଏହି ଘଟଣାକୁ ନେଇ ଗୁରୁବାର ବିଜେପି ନେତା କପିଲ ମିଶ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଥିଲେ । ପୂର୍ବରୁ ଉତ୍ତେଜନାମୂଳକ ଭାଷଣ ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ବିରୋଧରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ବ୍ୟାକଫୁଟରେ ଥିବା କପିଲ୍‌ ମିଶ୍ର ଆପ୍‌ ନେତା ତାହିର ହୁସୈନଙ୍କ ଘର ଭିଡିଓ ଭାଇରାଲ ହେବା ପରେ ଆପ୍‌ ସରକାରକୁ ଟାର୍ଗେଟ କରିଥିଲେ ।

କପିଲ ମିଶ୍ର ଦୃଢତାର ସହ ଟ୍ବିଟ କରି କହିଥିଲେ ଯେ, ଯଦି ମଙ୍ଗଳବାର ତାହିର ହୁସୈନଙ୍କ ଫୋନ କଲ୍‌ ଡିଟେଲ୍‌ ଯାଞ୍ଚ କରାଯାଏ ତେବେ ଦଙ୍ଗାରେ ଗୁଇନ୍ଦା ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ସଞ୍ଜୟ ସିଂହଙ୍କ ଭୂମିକା ସାମ୍ନାକୁ ଆସିଯିବ ।

ଏହି ଘଟଣା ପରେ ତାହିର ହୁସେନ ନିଜ ପକ୍ଷ ରଖିଥିଲେ । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଏବଂ ସେ ଦୁଇ ଦିନ ହେବ ତାଙ୍କ ଘରେ ଉପସ୍ଥିତ ନଥିବା ଦର୍ଶାଇ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ତାହିରଙ୍କ ଘରର ଦ୍ବିତୀୟ ମହଲାରେ 10 ରୁ 15 ପେଟ୍ରୋଲ ବୋମା ଏବଂ ଏସିଡ୍ ପାଉଚ୍ ମିଳିଛି | ଏପରିକି ବିଲଡିଂର ଚାରି ମହଲା ଛାତ ଉପରେ ଅନେକ ପେଟ୍ରୋଲ ବୋମା ଜବତ କରାଯାଇଥିଲା ଯାହା ନିକଟସ୍ଥ ଘରେ ପେଟ୍ରୋଲ ବୋମା ଓ ପଥର ଫିଙ୍ଗିବାରେ ବ୍ୟବହୃତ ହେଉଥିବା ସୂଚନା ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ଉତ୍ତରପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡରେ ଏପର୍ଯ୍ୟନ୍ତ 38 ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ରାଜଧାନୀ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହିଂସାକାଣ୍ଡରେ 200ରୁ ଉର୍ଦ୍ଧ୍ବ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.