ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀ ହିଂସା ମାମଲାରେ କ୍ରାଇମବ୍ରାଞ୍ଚର ଏସଆଇଟି ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଚାର୍ଜସିଟ ଦାଖଲ କରିବାକୁ ଯାଉଛି। ଦିଲ୍ଲୀ ପୋଲିସର ହେଡ କନଷ୍ଟେବଳ ରତନଲାଲ ହତ୍ୟା ମାମଲାରେ ପୋଲିସ ପକ୍ଷରୁ ଏକ ଚାର୍ଜସିଟ ଦାଖଲ କରାଯିବ।
ଏହା ପୂର୍ବରୁ ଗତ ଶନିବାର ଦିଲ୍ଲୀ ପୋଲିସ ହିଂସା ମାମଲାରେ ସମ୍ପୃକ୍ତ 410 ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ ।
ପ୍ରକାଶ ଥାଉକି, ଦିଲ୍ଲୀ ହିଂସାରେ ରାଜସ୍ଥାନର ନିବାସୀ ରତନଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ସମୟରେ ଡିସିପି ଏବଂ ଏସିପିଙ୍କ ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା।