ନୂଆଦିଲ୍ଲୀ: ସିଏଏକୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ଲାଗି ରହିଛି ହିଂସାକାଣ୍ଡ । ଫଳରେ ସେଠାରେ ରହୁଥିବା ବାହାର ରାଜ୍ୟର ଲୋକେ ରାତି ଅଧରେ ନିଜ ରାଜ୍ୟକୁ ବାହୁଡୁଥିବା ଦେଖିବାକୁ ମିଳିଛି । କେହି କେହି ନିଜ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଉଥିବା ଦେଖାଯାଇଛି ।
ବିଶେଷ କରି ଜାଫରାବାଦ ଅଞ୍ଚଳରେ ହିଂସା ଅଧିକ ଥିବାରୁ ଏହି ଅଞ୍ଚଳରୁ ଲୋକେ ଅନ୍ୟତ୍ର ଯାଉଛନ୍ତି । ମଙ୍ଗଳବାର ରାତି 9ଟାରୁ 11ଟା ମଧ୍ୟରେ ଲୋକେ ଅନ୍ୟ ରାଜ୍ୟ ସହ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ଦେଖିବାକୁ ମିଳିଛି ।
ଏଠାରେ ଚାକିରି କରୁଥିବା, ବ୍ୟବସାୟ କରୁଥିବା ତଥା ବୁଲିବାକୁ ଆସିଥିବା ଲୋକେ ପିରିସ୍ଥିତି ଦେଖି ଅନ୍ୟତ୍ର ଯିବାକୁ ଉଚିତ୍ ମଣୁଛନ୍ତି । ତେବେ ପୂର୍ବରୁ ଦିଲ୍ଲୀ ଆସି ଏକ ଭଲ ଭାବନା ନେଇ ନିଜ ରାଜ୍ୟକୁ ଫେରିଥିବା ଲୋକେ ଏବେ ଭୟରେ ଫେରୁଛନ୍ତି ।
ସୂଚନା ଥାଉକି, ଉତ୍ତର-ପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ସପକ୍ଷ ଓ ବିପକ୍ଷଙ୍କ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ଉପୁଜିଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା 17 ଜଣଙ୍କ ପ୍ରାଣ ଯାଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ