ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ବଢିବାରେ ଲାଗିଛି । ଏପରିସ୍ଥଳେ ଜେଲକୁ ଭାଇରସ ଭୟ । କଏଦୀଙ୍କୁ କୋରୋନା ସଙ୍କଟ ବଢିବାରେ ଲାଗିଛି । ମୁମ୍ବାଇର ଆର୍ଥର ରୋଡ ଜେଲରେ କୋରୋନା ସଂକ୍ରମଣ ରିପୋର୍ଟ ରେକର୍ଡ ପରେ ଦେଶର ଅନ୍ୟ ସମସ୍ତ ଜେଲରେ କୋରୋନା ଭୟ ବଢିବାରେ ଲାଗିଛି । ଏହାଭିତରେ ଦିଲ୍ଲୀର ରୋହିଣୀ ଜେଲର ଜଣେ ଅନ୍ତେବାସୀ ବୁଧବାର କୋରୋନା ଭାଇରସ୍ ପଜେଟିଭ ରିପୋର୍ଟ ଆସିଛି ।
ଦିଲ୍ଲୀ ଜେଲ ଡିଜି ସନ୍ଦୀପ ଗୋଏଲଙ୍କ ଅନୁସାରେ ଏହି କୋରୋନା କେସ ରୋହିଣୀ କାରାଗାରରେ ପ୍ରଥମ କେସ । କଏଦୀଙ୍କୁ 10 ମଇରେ ଏକ ଅସ୍ତ୍ରୋପଚାର ପାଇଁ ଦିନ ଦୟାନ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ରିପୋର୍ଟ କୋରୋନା ପଜେଟିଭ ଥିବା ରେକର୍ଡ ହୋଇଥିଲା ।
ମୁମ୍ବାଇର ଆର୍ଥର ଜେଲରେ 180 କର୍ମଚାରୀ କୋରୋନା ସଂକ୍ରମିତ ରହିଛନ୍ତି । ଏହି ସମୟରେ ଦିଲ୍ଲୀର ତିହାର ଜେଲରେ ଥିବା ତିନି ଜଣ ଅନ୍ତେବାସୀ କୋଭିଡ -19 ସଂକ୍ରମିତ ରହିଛନ୍ତି ।