ETV Bharat / bharat

ଦିଲ୍ଲୀ ହିଂସା: ଦଙ୍ଗା କରିବା ପାଇଁ ଟଙ୍କା ଓ ହତିଆର୍ ବାଣ୍ଟିଥିଲେ ତାହିର୍ ହୁସେନ

author img

By

Published : Jun 9, 2020, 1:34 PM IST

ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ମାମଲାରେ ଗିରଫ ହୋଇଥିବା ନିଲମ୍ବିତ ଆପ୍ କାଉନସିଲର ତାହିର ହୁସେନଙ୍କ ବିରୋଧରେ ସୋମବାର ଚାର୍ଜ ସିଟ୍ ଦାଖଲ ହୋଇଛି ।

Tahir Hussain
ତାହିର୍ ହୁସେନ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ମାମଲାରେ ଗିରଫ ହୋଇଥିବା ନିଲମ୍ବିତ ଆପ୍ କାଉନସିଲର ତାହିର ହୁସେନଙ୍କ ବିରୋଧରେ ସୋମବାର ଚାର୍ଜ ସିଟ୍ ଦାଖଲ ହୋଇଛି । ଜାନୁଆରୀରେ ହୋଇଥିବା ଏହି ଦଙ୍ଗା ପାଇଁ ଅସ୍ତ୍ରଶସ୍ତ୍ର କିଣିବା ଓ ସ୍ଥାନୀୟ ଲୋକଙ୍କୁ ଦଙ୍ଗା ପାଇଁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି।

ହିଂସା ସମୟରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଦ୍ବାରା ହୁସେନ୍‌, ତାଙ୍କ ଭାଇ ଶାହା ଆଲାମ, ଗୁଲଫାମ ଓ ତନଭୀରଙ୍କ ସମେତ 8 ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା। ଚାର୍ଜସିଟ ଅନୁଯାୟୀ, 7ଟି ଲାଇଭ୍ ରାଉଣ୍ଡ ସହିତ ଗୁଲଫାମର ଲାଇସେନ୍ସ ପ୍ରାପ୍ତ ହତିଆର୍, .32 ବୋର୍ ପିସ୍ତଲ ଜବତ କରାଯାଇଥିଲା । ଅନୁସନ୍ଧାନରେ ଏହା ମଧ୍ୟ ଜାଣିବାକୁ ମିଳିଥିଲା ଯେ ଗୁଲଫାମ୍ ନାଗରିକତ୍ବ ସଂଶୋଧନ ଅଧିନିୟମ ବିରୋଧରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି।

ଜାନୁଆରୀ ମାସରେ ତାହିର ହୁସେନ, ଗୁଲଫାମଙ୍କୁ ଏକ ବଡ ଦଙ୍ଗା ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ତାହିର ମଧ୍ୟ ଗୁଳି କିଣିବା ପାଇଁ ତାଙ୍କୁ 15 ହଜାର ଟଙ୍କା ଦେଇଥିଲା। ଜାନୁଆରୀ 31 ରେ ସେ 100 ରାଉଣ୍ଡ ଗୁଳି କିଣିଥିଲେ। ଓ ପୂର୍ବରୁ ତାଙ୍କ ପାଖରେ ପ୍ରାୟ 100 ରାଉଣ୍ଡ ଗୁଳି ଗଚ୍ଛିତ ଥିବା ପୋଲିସ କହିଛି।

ପୋଲିସ ଆହୁରି ମଧ୍ୟ କହିଛି ଯେ ଦଙ୍ଗା ସମୟରେ ଗୁଲଫାମ ଏହି 200 ରାଉଣ୍ଡରୁ ଅଧିକାଂଶ ଗୁଳି ଚଳାଇଥିଲା ଓ ତାଙ୍କ ନିକଟରୁ କେବଳ 7ଟି ଲାଇଭ ରାଉଣ୍ଡ ଉଦ୍ଧାର କରାଯାଇଥିଲା। ପୋଲିସ କହିଛି ଯେ ବଡ ଦଙ୍ଗା ପାଇଁ ପ୍ରସ୍ତୁତି, ଗୁଳି କିଣିବା ଓ ତାହିର ହୁସେନଙ୍କ ଘରୁ ଗୁଳି ବିନିମୟ ପଛରେ ଏକ ବଡ ଷଡଯନ୍ତ୍ର ଥିବା ଦର୍ଶାଯାଇଛି।

ତେବେ ସମସ୍ତ ଅଭିଯୁକ୍ତ ଜେଲରେ ଅଛନ୍ତି ଓ ଆଇପିସି ଧାରା 307 (ହତ୍ୟା ଉଦ୍ୟମ), 120-ବି (ଅପରାଧିକ ଷଡଯନ୍ତ୍ର) ଓ 34 ଅନୁଯାୟୀ ଏହି ଅପରାଧ ପାଇଁ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଅଜୟ ଗୋସ୍ବାମୀଙ୍କ ଅଭିଯୋଗ ପରେ ସେମାନଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଥିଲା । ଫେବୃଆରୀ 25ରେ ଅଜୟ ଗୋସ୍ବାମୀ ଗୁଳି ଖାଇ ଆହାତ ମଧ୍ୟ ହୋଇଥିଲେ । ସେ ହିଁ ଗୁଲଫାମ୍ ଓ ତନଭୀରଙ୍କୁ ମୁଖ୍ୟ ଦୋଷୀ ବୋଲି କହିଥିଲେ । ତାହିର ହୁସେନଙ୍କ ନାଁରେ 2ଟି ଚାର୍ଜ ସିଟ୍ ଦାଖଲ କରାଯାଇଛି, ଏଥିରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ବି ଜଡିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.