ETV Bharat / bharat

COVID-19 ମାମଲାରେ ଆଗରେ ରହିଛି ଦିଲ୍ଲୀ: DBS ଗ୍ରୁପ

ମହାରାଷ୍ଟ୍ର, ଦିଲ୍ଲୀ ଓ ତେଲେଙ୍ଗାନା ଏବେ କୋରୋନାର ହଟସ୍ପଟ ଭାବେ ଭଭା ହୋଇଛି । ସର୍ବାଧିକ କୋରୋନା ସଂକ୍ରମିତ ସଂଖ୍ୟା ମାମଲା ଆଗରେ ରହିଛି ଦିଲ୍ଲୀ । ଅଧିକ ପଢନ୍ତୁ...

author img

By

Published : Apr 18, 2020, 3:16 PM IST

COVID-19 ମାମଲାରେ ଆଗରେ ରହିଛି ଦିଲ୍ଲୀ: DBS ଗ୍ରୁପ୍

ନୂଆଦିଲ୍ଲୀ: ଦେଶରେ କୋରୋନାର କଳା ବାଦଲ । ସର୍ବାଧିକ ଅଧିକ ପ୍ରଭାବିତ ଅଞ୍ଚଳରେ ରହିଛି ଜାତୀୟ ରାଜଧାନୀ ଦିଲ୍ଲୀ । ତା ପଛକୁ ମହାରାଷ୍ଟ୍ର, ତେଲଙ୍ଗାନା ରହିଛି ବୋଲି ଡିବିଏସ ଗ୍ରୁର ସିରର୍ଚ୍ଚ ପ୍ରକାଶ କରିଛି ।

ରିସର୍ଚ୍ଚରଙ୍କ କହିବାନୁଯାୟୀ, ଏହି ରାଜ୍ୟଗୁଡିକରେ ଲକଡାଉନକୁ କୋହଳ କରିବାକୁ ହେଲେ ଆହୁରି ସମୟ ଲାଗିବ । ଦିଲ୍ଲୀରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ହେବାରେ ଲାଗିଛି । ଦିଲ୍ଲୀ ସରକାର ଏହାକୁ ମୁକାବିଲା କରିବାକୁ ଯାଇ କଣ୍ଟେନମେଣ୍ଟ ଜୋନ ଭାବେ ରେଡ ଓ ଅରେଞ୍ଜ ଚିହ୍ନଟ କରିଛନ୍ତି । ଏହି ରିପୋର୍ଟରେ ଦର୍ଶାଯାଇଛି, ଅନ୍ୟ 5ଟି ରାଜ୍ୟ ମଧ୍ୟରୁ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ଆଗରେ ରହିଛି ।

ଅର୍ଥନୀତିଜ୍ଞ ରାଧିକା ରାଓଙ୍କ ଦ୍ବାରା ଲେଖାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ସରକାର ଲକଡାଉନକୁ ମେ ମାସ ଆରମ୍ଭକୁ ବୃଦ୍ଧି କରିଛନ୍ତି । କିଛି ଅଂଶ ଧୀରେ ଧୀରେ କାର୍ଯ୍ୟ ଆରମ୍ଭ କରିବେ। ସୂଚନାଯୋଗ୍ୟ, ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ଧାର୍ମିକ ସମ୍ମିଳୀନରେ ସଂଖ୍ୟାଧିକ ଲୋକେ ସାମିଲ ହୋଇଥିଲେ । ଯେଉଁଥିରେ ବହୁ ବିଦେଶାଗତ ମଧ୍ୟ ରହିଥିଲେ । ଏହା ପରଠାରୁ ରାଷ୍ଟ୍ରୀୟ ରାଜଧାନୀରେ ହୁହୁ ହୋଇ ବଢିଚାଲିଛି ସଂକ୍ରମଣ ।

ରିପୋର୍ଟ ଅନୁସାରେ, ଲକଡାଉନ ଏବେ ମାଲ ପରିବହନ, ସର୍ବେକ୍ଷଣ, ମୂଲ୍ୟ ତଥ୍ୟ, ଗତିଶୀଳ ଉପରେ ପ୍ରଭାବ ପକାଇବ । ଖାଲି ସେତିକି ଚାଷୀ ଠାରୁ ବଡ ବଡ ଶିଳ୍ପାକାର ଏହି ଲକଡାଉନ ଯୋଗୁଁ ନାହିଁନଥିବା କ୍ଷତି ସହିଛନ୍ତି । ସ୍ବାସ୍ଥ୍ୟ ସେବା ପାଇଁ ଏବେ ଦେଶର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଛି ।

ସେପଟେ, ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଇଟାଲୀ , ଫ୍ରାନ୍ସ କି ଆମେରିକା ଭଳି ଆମ ଦେଶରେ ସେପରି ଆମ ଦେଶର ଅବସ୍ଥା ହୋଇନାହଁ । ତଥାପି ଆମକୁ ସାମାଜିକ ଦୂରତା ତଥା ଲକଡାଉନ ନିୟମକୁ କଡାକଡି ଭାବେ ପାଳନ କରିବାକୁ ହେବ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.