ETV Bharat / bharat

ପ୍ରଦୂଷଣ ବଳୟରେ ଦିଲ୍ଲୀବାସୀ, ନୂଆବର୍ଷରେ ବି ମିଳିଲାନି ଆଶ୍ବସ୍ତି - delhi pollution

ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବୁଧବାର ବାୟୁର ଗୁଣବତ୍ତା ଖରାପ ସ୍ତରରେ ପହଞ୍ଚିଛି । ପ୍ରବଳ ଥଣ୍ଡା ସହ ବାୟୁ ଗୁଣବତ୍ତା ଲଗାତାର ଖରାପ ହେବା ଦ୍ବାରା ଦିଲ୍ଲୀବାସୀଙ୍କ ଚିନ୍ତା ଦ୍ବିଗୁଣିତ ହେଉଛି ।

delhi-pollution
ଫାଇଲ ଫଟୋ
author img

By

Published : Jan 1, 2020, 9:03 AM IST

ନୂଆଦିଲ୍ଲୀ: ନୂତନ ବର୍ଷର ଆଗମନରେ ମଧ୍ୟ ରାଜଧାନୀ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ଆଶ୍ବସ୍ତି ମିଳିନାହିଁ । ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବୁଧବାର ବାୟୁର ଗୁଣବତ୍ତା ଖରାପ ସ୍ତରରେ ପହଞ୍ଚିଛି । କେତେକ ସ୍ଥାନରେ ଏହା ଅତ୍ୟନ୍ତ ଖରାପ ସ୍ତରରେ ମଧ୍ୟ ରହିଛି । ପ୍ରବଳ ଥଣ୍ଡା ସହ ବାୟୁ ଗୁଣବତ୍ତା ଲଗାତାର ଖରାପ ହେବା ଦ୍ବାରା ଦିଲ୍ଲୀବାସୀଙ୍କ ଚିନ୍ତା ଦ୍ବିଗୁଣିତ ହେଉଛି ।

ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଅନୁଯାୟୀ, ବୁଧବାର ସକାଳୁ ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 412 ରହିଛି ଯାହା ଅତି ସାଙ୍ଘାତିକ ଅଟେ । ସେହିପରି ଆରକେ ପୁରମ ଅଞ୍ଚଳରେ ଏକ୍ୟୁଆଇର ସ୍ତର 391 ରହିଛି, ଯାହା ଅତ୍ୟନ୍ତ ଖରାପ ଶ୍ରେଣୀରେ ଆସେ । ସେପଟେ ରୋହିଣୀ ଅଞ୍ଚଳରେ ଏକ୍ୟୁଆଇ 439 ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ। ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ଧରାଯାଏ।

Intro:Body:

dafg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.