ETV Bharat / bharat

ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବଳୟରେ ଦିଲ୍ଲୀ - ସୁରକ୍ଷା ବଳୟ

ଅଗଷ୍ଟ 15 ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ ଦେଖିବାକୁ ମିଳିଛି ପୋଲିସ ଛାଉଣୀ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 11, 2019, 4:15 PM IST

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ନିକଟତର ହେବା ପୂର୍ବରୁ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଏନେଇ ଦିଲ୍ଲୀ ପୋଲିସ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି । ସବୁ ପ୍ରମୁଖ ବଜାର, ରେଳଲାଇନ, ବସଷ୍ଟାଣ୍ଡ, ଏୟାରପୋର୍ଟ, ଧାର୍ମିକସ୍ଥଳରେ ସୁରକ୍ଷା ପାଇଁ ବନ୍ଦୋବସ୍ତ କରାଯାଇଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଦ୍ବାରକାର ଅନେକ ସ୍ଥାନରେ ବ୍ୟାରିକେଟ ମାନ ଲଗାଇ ଗାଡି ଗୁଡିକୁ ଯାଞ୍ଚ କରୁଛି ପୋଲିସ । ପରେଡ ମାର୍ଗ ଓ ଇଣ୍ଡିଆ ଗେଟର ଆଖପାଖ ଅଞ୍ଚଳରେ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ 3ଟି ପ୍ରକାରର ଯାଞ୍ଚ ପ୍ରକ୍ରିୟା କରାଯାଉଥିବା ସୂଚନା ଦେଇଛି ଦିଲ୍ଲୀ ପୋଲିସ ।

ପାଟ୍ରୋଲିଂ: ସହରରେ ଦିନରାତି ସମସ୍ତ ଗତିବିଧି ଉପରେ ନଜର ରଖିବା ପାଇଁ ଅଧିକରୁ ଅଧିକ ପାଟ୍ରୋଲିଂ ଆରମ୍ଭ କରିଦେଇଛି ପୋଲିସ । କୌଣସି ସନ୍ଦେହ ଜନକ ଗତିବିଧି ନଜର ଆସିଲେ ସଙ୍ଗେସଙ୍ଗେ ଆକ୍ସନ ନିଆଯାଉଛି ।

ଭେରିଫିକେସନ: ପୋଲିସ ପ୍ରତି ଘରେ ପହଞ୍ଚି କରୁଛି ଭେରିଫିକେସନ ।

ବ୍ୟାରିକେଟ: ପ୍ରତ୍ୟେକ ସ୍ଥାନରେ ବ୍ୟାରିକେଟ ଲଗାଇ ଗାଡି ଗୁଡିକ ଯାଞ୍ଚ କରୁଛି ପୋଲିସ । ଏହାଦ୍ବାରା ଯେପରି କୌଣସି ଗାଡିରେ ସନ୍ଦିଗ୍ଧ ସାମଗ୍ରୀ ନଯାଏ ତାହା ତନ୍ନତନ୍ନ କରି ତଦନ୍ତ କରୁଛି ପୋଲିସ ।

ସେହିପରି ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଘରୋଇ ବିମାନ ପାଇଁ ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ 3 ଘଣ୍ଟା ପୂର୍ବରୁ ଆଉ ଅନ୍ତର୍ଜାତୀୟ ବିମାନ ପାଇଁ 4 ଘଣ୍ଟା ପୂର୍ବରୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.