ETV Bharat / bharat

ଦିଲ୍ଲୀ ହିଂସା: ସଫୁରା ଜରଗରଙ୍କ ଜାମିନ ଆବେଦନକୁ ବିରୋଧ କଲା ଦିଲ୍ଲୀ ପୋଲିସ - ଦିଲ୍ଲୀ ହିଂସା

ଦିଲ୍ଲୀ ହିଂସା ମାମଲାରେ ଗିରଫ ହୋଇଥିବା ଜାମିଆ ବିଶ୍ବବିଦ୍ୟାଳୟର ଛାତ୍ରୀ ସଫୁରା ଜରଗରଙ୍କ ଜାମିନ ଆବେଦନ ବିରୋଧରେ ଦିଲ୍ଲୀ ପୋଲିସ । UAPA ଅଧିନିୟମ ଅନୁଯାୟୀ ଗିରଫ ହୋଇଥିବା ସଫୁରା ଜରଗରଙ୍କ ଜାମିନ ଆବେଦନକୁ ଦିଲ୍ଲୀ ପୋଲିସ ବିରୋଧ କରିଛି।

 ସଫୁରା ଜରଗରଙ୍କ ଜାମିନ ଆବେଦନକୁ ବିରୋଧ କଲା ଦିଲ୍ଲୀ ପୋଲିସ

author img

By

Published : Jun 22, 2020, 5:35 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ଗିରଫ ହୋଇଥିବା ଜାମିଆ ବିଶ୍ବବିଦ୍ୟାଳୟ ଛାତ୍ରୀ ସଫୁରା ଜରଗରଙ୍କ ଜାମିନ ଆବେଦନ ବିରୋଧରେ ଦିଲ୍ଲୀ ପୋଲିସ । UAPA ଅଧିନିୟମ ଅନୁଯାୟୀ ଗିରଫ ହୋଇଥିବା ସଫୁରା ଜରଗରଙ୍କ ଜାମିନ ଆବେଦନକୁ ଦିଲ୍ଲୀ ପୋଲିସ ବିରୋଧ କରିଛି। ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଜବାବରେ ଦିଲ୍ଲୀ ପୋଲିସ କହିଛି ଯେ ଗର୍ଭବତୀ ଥିବାରୁ ସଫୁରା ଜାମିନ ପାଇ ପାରିବେ ନାହିଁ। ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି । ତେବେ ଏହି ପ୍ରସଙ୍ଗରେ ନିର୍ଦ୍ଦେଶ ଆଣିବାକୁ କୋର୍ଟ, ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ଆଦେଶ ଦେଇଛନ୍ତି। 23 ଜୁନରେ ଏହି ମାମଲାର ଶୁଣାଣି ହେବ ।

ସଫୁରାଙ୍କ ଜାମିନ ଆବେଦନକୁ ବିରୋଧ କରି ଦିଲ୍ଲୀ ପୋଲିସ କହିଛି ଯେ ଗର୍ଭଧାରଣକୁ ଦୃଷ୍ଟିରେ ରଖି ନିୟମ ଅନୁଯାୟୀ ତାଙ୍କୁ ଜେଲରେ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଗତ 10 ବର୍ଷ ମଧ୍ୟରେ ଜେଲରେ 30 ଟି ଶିଶୁ ଜନ୍ମ ହୋଇଛନ୍ତି । ନିୟମ ଅନୁଯାୟୀ, ଜେଲରେ ଥିବା ଗର୍ଭବତୀ କଏଦୀମାନଙ୍କ ପାଇଁ ଯଥେଷ୍ଟ ସୁବିଧା ରହିଛି।

ଆଜି(ସୋମବାର) ଶୁଣାଣି ସମୟରେ ତୁଷାର ମେହେତା ମଙ୍ଗଳବାର ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ସେ କୋର୍ଟକୁ କିଛି ମାମଲାରେ ନିର୍ଦ୍ଦେଶ ନେବା ପାଇଁ କହିଥିଲେ, ସେତେବେଳେ ଆବେଦନକାରୀଙ୍କ ଓକିଲ ନିତ୍ୟା ରାମକୃଷ୍ଣନ୍ ଏହାର ବିରୋଧ କରି କହିଛନ୍ତି ଯେ ସଫୁରାଙ୍କ ସ୍ବାସ୍ଥ୍ୟ ଖରାପ ଅଛି । ଏଏସଜୀ ଅମନ୍ ଲେଖି ମଧ୍ୟ ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ । ଏହାପରେ ରାମକୃଷ୍ଣନ୍ ସଫୁରାଙ୍କୁ ଆନ୍ତରୀଣ ଜାମିନ ଦେବା ପାଇଁ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.