ETV Bharat / bharat

କୋଭିଡ୍ ସେଲରୁ କାରକୁ ଡାକିନେଲା ମୃତ୍ୟୁ ! ସ୍ତ୍ରୀକୁ ହତ୍ୟା କରି କନେଷ୍ଟବଳଙ୍କ ଆତ୍ମହତ୍ୟା - କୋଭିଡ୍ ସେଲରୁ କାରକୁ ଡାକିନେଲା ମୃତ୍ୟୁ

ସାମାନ୍ୟ କଳହ ବି ନିଏ ହତ୍ୟା ଓ ଆତ୍ମହତ୍ୟାର ର ଭୟଙ୍କର ରୂପ। ପୋଲିସ ସ୍ପେଶାଲ ସେଲରେ ପୋଷ୍ଟିଂ ହୋଇଥିବା ୩୩ ବର୍ଷିୟ ହେଡ୍ କନଷ୍ଟେବଳ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି।

commits-suicide
କୋଭିଡ୍ ସେଲରୁ କାରକୁ ଡାକିନେଲା ମୃତ୍ୟୁ ! ସ୍ତ୍ରୀକୁ ହତ୍ୟା କରି କନେଷ୍ଟବଳଙ୍କ ଆତ୍ମହତ୍ୟା
author img

By

Published : May 6, 2020, 12:29 PM IST

ନୂଆଦିଲ୍ଲୀ: ଦାମ୍ପତ୍ୟରେ ଭୁଲ୍ ବୁଝାମଣା ବେଳେବେଳେ ଏମିତି ରୂପ ନିଏ ଯେ, ଯାହା ଦୁଇଟି ଜୀବନକୁ ବରବାଦ୍ କରିଦିଏ ! ସାମାନ୍ୟ କଳହ ବି ନିଏ ହତ୍ୟା ଓ ଆତ୍ମହତ୍ୟା ର ର ଭୟଙ୍କର ରୂପ। ପୋଲିସ ସ୍ପେଶାଲ ସେଲରେ ପୋଷ୍ଟିଂ ହୋଇଥିବା ୩୩ ବର୍ଷିୟ ହେଡ୍ କନଷ୍ଟେବଳ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି।

ମନୋଜ ନାମକ ହେଡ କନଷ୍ଟେବଳଙ୍କୁ ଦକ୍ଷିଣ ଦିଲ୍ଲୀର ଲୋଧି କଲୋନୀରେ ପୋଷ୍ଟ୍ କରାଯାଇଥିଲା। ସେ କୌଣସି କାରଣରୁ ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲେ। ଏହା ପରେ ସେ ଉତ୍ତରପ୍ରଦେଶର ମିରଟରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ପୋଲିସ୍ ସୂତ୍ରରୁ ପ୍ରକାଶ, ମନୋଜ ସୋମବାର ବିଳମ୍ବିତ ରାତିରେ ତାଙ୍କ ପତ୍ନୀ ରେଣୁ ମଲ୍ଲିକଙ୍କୁ ନିଜ ରିଭଲଭର୍ ସାହାଯ୍ୟରେ ଗୁଳି ଚଳାଇଛନ୍ତି।

ତେବେ ମୃତ ମନୋଜଙ୍କ ପତ୍ନୀ ରେଣୁ ଦିଲ୍ଲୀ ପୋଲିସର କୋରୋନା ଭାଇରସ୍ କୋଭିଡ୍-19 ସେଲ୍ ରେ କାର୍ଯ୍ୟରତ ଥିଲେ। ଜାଣିବାକୁ ମିଳିଛି ଯେ କନଷ୍ଟେବଳ ରେଣୁଙ୍କ ମୃତଦେହ ଏକ କାର ଭିତରୁ ମିଳିଥିଲା। ସତେ ଯେମିତି ରେଣୁଙ୍କୁ ମୃତ୍ୟୁ କୋଭିଡ୍ ସେଲ୍ ମଧ୍ୟରୁ କାରକୁ ଡାକି ନେଇଥିଲା। ଏବଂ ଗାଡିରୁ ଏକ ତୀକ୍ଷ୍ଣ ଅସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଥିଲା। ଲୋଧି କଲୋନୀ ପୋଲିସ ଷ୍ଟେସନରେ ହତ୍ୟା ମାମଲା ରୁଜୁ କରିଛି। ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.