ETV Bharat / bharat

ଯୁକ୍ତିତର୍କ ପରେ ସହକର୍ମୀଙ୍କ ଗୁଳିରେ ଗୁରୁତର କନେଷ୍ଟବଳ - ଦିଲ୍ଲୀ ଗୁଳିମାଡ

ଯୁକ୍ତିତର୍କ ପରେ ସହଯୋଗୀ କନେଷ୍ଟବଳଙ୍କ ଉପରକୁ ଗୁଳିଚଳାଇଲେ ବ୍ୟକ୍ତି। ବର୍ତ୍ତମାନ ଆହତ କନଷ୍ଟେବଳଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ଟ୍ରମା ସେଣ୍ଟରକୁ ନିଆଯାଇଥିଲା ଏବଂ ଚିକିତ୍ସା ଚାଲିଛି।

ଯୁକ୍ତିତର୍କ ପରେ ସହକର୍ମୀଙ୍କ ଗୁଳିରେ ଗୁରୁତର କନେଷ୍ଟବଳ

author img

By

Published : Jun 27, 2020, 7:46 AM IST

ନୂଆଦିଲ୍ଲୀ: କ୍ରୋଧ ବ୍ରହ୍ମ ଚଣ୍ଡାଳ। ମଣିଷ ରାଗିଗଲେ କିଛି ବି କରିପାରେ। ମରି ପାରେ ନଚେତ୍ ମାରି ପାରେ। ହେଲେ ଅନ୍ୟମାନଙ୍କୁ ଶୃଙ୍ଖଳିତ ଓ ସୁରକ୍ଷା ଦେଉଥିବା ପୋଲିସ ଯେତେବେଳେ ନିଜେ ସେହି କାର୍ଯ୍ୟ କରେ ତାହା ବାସ୍ତବରେ ଚର୍ଚ୍ଚାର ପରିସରକୁ ଆସେ।

ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସ କନଷ୍ଟେବଳ ଜାତୀୟ ରାଜଧାନୀ ଦିଲ୍ଲୀର ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଦିଲ୍ଲୀର ଶାହଦରା ଜିଲ୍ଲାର ସେମାପୁରୀ ପୋଲିସ ଷ୍ଟେସନରେ ପୋଷ୍ଟ ହୋଇଥିବା କନଷ୍ଟେବଳ ରବିନ୍ଦ୍ର କନଷ୍ଟେବଳ ଆମୋଦଙ୍କ ଉପରକୁ ଗୁଳି ଚଳାଇଥିଲେ।

ଦୁଇ କନଷ୍ଟେବଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଯାହା ପରେ ରବିନ୍ଦ୍ର ଆମୋଦଙ୍କ ଉପରକୁ ଗୁଳି ଚଳାଇଥିଲେ। ଆହତ କନଷ୍ଟେବଳଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ଟ୍ରମା ସେଣ୍ଟରକୁ ନିଆଯାଇଥିଲା ଏବଂ ସେଠାରେ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.