ETV Bharat / bharat

ପୋଲିସ କନେଷ୍ଟବଳଙ୍କ ମହାନତା, ବସ୍ତି ପିଲାଙ୍କୁ ମାଗଣାରେ ଦେଉଛନ୍ତି ଶିକ୍ଷା - ଦିଲ୍ଲୀ ପୋଲିସ କନେଷ୍ଟବଳ ଥାନ ସିଂ

ଗରିବ ବସ୍ତି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ଦିଲ୍ଲୀ ପୋଲିସ କନେଷ୍ଟବଳ ଥାନ ସିଂ । ଅଧିକ ପଢନ୍ତୁ...

ପୋଲିସ କନେଷ୍ଟବଳଙ୍କ ମହାନତା
ପୋଲିସ କନେଷ୍ଟବଳଙ୍କ ମହାନତା
author img

By

Published : Oct 20, 2020, 12:12 PM IST

ନୂଆଦିଲ୍ଲୀ: ସ୍ବାର୍ଥପର ଦୁନିଆରେ ହଜିଯାଉଛି ମାନବିକତା । ମରିଯାଉଛି ମଣିଷପଣିଆ । କୋରୋନା କାଳରେ ସମ୍ପର୍କୀୟ ଦୂରେଇ ଯାଉଥିବାବେଳେ ସାମ୍ନାକୁ ଆସିଛି ଜଣେ ପୋଲିସ କନେଷ୍ଟବଳଙ୍କ ପରୋପକାରୀ ଚିନ୍ତାଧାରା ।

ଗରିବ ବସ୍ତି ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରି ନିଜର ମହାନୀୟତାର ପରିଚୟ ଦେଇଛନ୍ତି ଦିଲ୍ଲୀ ପୋଲିସର କନେଷ୍ଟବଳ ଥାନ ସିଂ । ଲାଲକିଲ୍ଲା ଅଞ୍ଚଳରେ ଏକ ମନ୍ଦିର ଭିତରେ ବିଦ୍ୟାଦାନ କରୁଛନ୍ତି ସେ । ନିଜର କାମ ସରିଗଲା ପରେ ସନ୍ଧ୍ୟା 5ଟାରୁ ସେ କ୍ଲାସ ଆରମ୍ଭ କରୁଛନ୍ତି । ଯେଉଁଥିରେ ଅନେକ ବସ୍ତି ପିଲା ଶିକ୍ଷା ଲାଭ କରୁଛନ୍ତି ।

ସେ ଏହି ବିଦ୍ୟାଳୟ 2016 ମସିହାରେ ମାତ୍ର 4 ଜଣ ପିଲାଙ୍କୁ ନେଇ ଆରମ୍ଭ କରିଥିବାବେଳେ ଏବେ ଏଥିରେ ଆଖପାଖର 50ରୁ 60 ଜଣ ବସ୍ତି ପିଲା ପଢୁଛନ୍ତି । 5 ବର୍ଷ ବୟସରୁ 15 ବର୍ଷ ପର୍ଯ୍ୟନ୍ତ ଛାତ୍ର ତାଙ୍କ ପାଖରେ ପଢୁଛନ୍ତି । ବସ୍ତି ପିଲାଙ୍କୁ ମାଗଣାରେ ପାଠପଢାଇବା ସହିତ ବହି, ଖାତା, ପେନସିଲ ଓ ଖାଦ୍ୟ ମଧ୍ୟ ଥାନ ସିଂ ସେମାନଙ୍କୁ ଯୋଗାଇଦେଉଛନ୍ତି । ଏଥିପାଇଁ ତାଙ୍କୁ ଅନେକ ଉଚ୍ଚ ଅଧିକାରୀ ମଧ୍ୟ ସହାୟତା କରୁଛନ୍ତି । ଚିରାଚରିତ ଶିକ୍ଷା ଛଡା ସିଂ ସେମାନଙ୍କୁ ଜୀବନର ମୂଲ୍ୟବୋଧ ଓ କିପରି ଆଗକୁ ବଢିହେବ ସେ ଜ୍ଞାନ ମଧ୍ୟ ଦେଉଛନ୍ତି ।

ବସ୍ତିରେ ରହୁଥିବା ପିଲାଙ୍କ ପିତାମାତା ଶ୍ରମିକ ଶ୍ରେଣୀର ଓ ତାଙ୍କ ପାଖରେ ପିଲାଙ୍କୁ ପଢାଇବା ପାଇଁ ପଇସା ନଥିବାରୁ କନେଷ୍ଟବଳ ଜଣଙ୍କ ଏପରି କରୁଥିବା କହିଛନ୍ତି । ଏହାସହ ପିଲାମାନେ କିପରି ଦୁନିଆକୁ ଭଲ ଭାବେ ଜାଣିବେ । କେଉଁଟା ଠିକ୍‌ କେଉଁଟା ଭୁଲ ଜାଣିପାରିବେ । ସେନେଇ ସେମାନଙ୍କୁ ଶିକ୍ଷାଦାନ କରୁଥିବା ସେ କହିଛନ୍ତି । ତେବେ ଏହି ବିଦ୍ୟାଳୟ ଚଳାଇବା ପାଇଁ ତାଙ୍କ ସିନିୟର ମାନେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଯେଉଁଥିପାଇଁ ବିଦ୍ୟାଳୟ ଚଳାଇବାରେ ସହଜ ହେଉଥିବା ସେ ଦର୍ଶାଇଛନ୍ତି ।

କୋରୋନା ପାଇଁ ସେ ମାସ୍କ, ସାନିଟାଇଜର ସ୍କୁଲରେ ରଖିଥିବା ସହ ପିଲାଙ୍କୁ ସାମାଜିକ ଦୂରତା ରକ୍ଷା କରି ବସିବାକୁ ଦେଉଛନ୍ତି । ତେବେ କନେଷ୍ଟବଳ ଜଣଙ୍କ ଲାଲକିଲ୍ଲା ଚୌକିରେ ଚାକିରି କରିଥିବାବେଳେ ଦିଲ୍ଲୀ ପୋଲିସରେ 11 ବର୍ଷ ହେବ ଅଛନ୍ତି । ପ୍ରତିଦିନ ନିଜ କାମ ସାରି ସନ୍ଧ୍ୟାରେ ସେ ପାଠପଢାଇବା ପାଇଁ ବିଦ୍ୟାଳୟକୁ ଯାଆନ୍ତି । ତେବେ ଯେଉଁ ଦିନ ଜରୁରୀ କାମରେ ଆସିନପାରନ୍ତି, ସେଦିନ ଅଙ୍କିତ ଶର୍ମା ନାମକ ଜଣେ ଦ୍ବାଦଶ ଶ୍ରେଣୀରେ ପଢୁଥିବା ଛାତ୍ର ପାଠ ପଢାନ୍ତି ବୋଲି ସେ କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.