ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ କୋରୋନା ଆତଙ୍କ । କୋରୋନକୁ ପ୍ରତିହତ କରିବା ପାଇଁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ସରକାର। ମହାମାରୀ କୋରୋନାକୁ ନେଇ ସାରା ଭାରତକୁ 24 ତାରିଖ ମଧ୍ୟରାତ୍ରରୁ ଲକ୍ ଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରାକର ।
କୋରନାକୁ କେବଳ ସାମାଜିକ ଦୂରତ୍ବ ମାଧ୍ୟମରେ ହିଁ ପରାଜିତ କରାଯାଇପାରିବ । ଯାହାକୁ ପାଳନ କରିଛନ୍ତି ଦିଲ୍ଲୀବାସୀ । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକେ ବାହାରକୁ ଯିବା ସମୟରେ ସେମାନେ ସାମାଜିକ ଦୂରତା ବଜାୟ ରଖିଛନ୍ତି । ଏପରିକି ଦୋକାନୀମାନେ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ସୃଷ୍ଟି କରିବା ପାଇଁ ଦୋକାନ ବାହାରେ ସାମାଜିକ ଦୂରତା ଅବଲମ୍ବନ ପାଇଁ ଚିହ୍ନ କରିଛନ୍ତି । ଯାହା ମଧ୍ୟରେ ଗ୍ରାହକ ମାନେ ଠିଆ ହୋଇ ଜଣକ ପରେ ଜଣେ ପାଳି ଅନୁସାରେ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଥିଲା ।
ସୌଜନ୍ୟ @ANI