ETV Bharat / bharat

ଦିଲ୍ଲୀ ମେଟ୍ରୋ ଷ୍ଟେସନରୁ ନଗଦ 50 ଲକ୍ଷ ଜବତ, ଦୁଇ ଅଟକ

ଦିଲ୍ଲୀ ମେଟ୍ରୋ ଷ୍ଟେସନରୁ ଗତ ଶନିବାର ପୋଲିସ ନଗଦ 50 ଲକ୍ଷ ଟଙ୍କା ଜବତ କରିଛି । ଏହା ସହିତ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଛି । ଅଧିକ ପଢନ୍ତୁ...

delhi metro
author img

By

Published : Nov 24, 2019, 7:29 PM IST

ନୂଆଦିଲ୍ଲୀ: ଅପରାଧମାନଙ୍କ ପାଇଁ ଯାତାୟତର ନିରାପଦ ମାଧ୍ୟମ ପାଲଟିଛି ଦିଲ୍ଲୀ ମେଟ୍ରୋ । ବିଗତ ଦୁଇ ମାସ ମଧ୍ୟରେ ପ୍ରାୟ ଦୁଇ କୋଟିର ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ କରିଛି ଦିଲ୍ଲୀ ପୋଲିସ । ଦୁଇ ମାସ ପୂର୍ବରୁ ଦିଲ୍ଲର ଏକ ମେଟ୍ରୋ ଷ୍ଟେସନରୁ ଜଣେ ମଧ୍ୟପ୍ରଦେଶର ଯୁବତୀ ଏବଂ ରାଜସ୍ଥାନର ଯୁବକଙ୍କ ଠାରୁ ପ୍ରାୟ ଦେଢ କୋଟି ଟଙ୍କାର ନଗଦ ଅର୍ଥରାଶିକୁ ଜବତ କରିଥିଲା ପୋଲିସ । ପୁନର୍ବାର ଗତ ଶନିବାର ମଧ୍ୟ ଜଣେ ଯୁବକଙ୍କ ନିକଟରୁ ନଗଦ 50 ଲକ୍ଷ ଟଙ୍କା ଜବତ କରିଛି ପୋଲିସ ।

ଉକ୍ତ ଯୁବକଙ୍କ ଠାରୁ ନଗଦ 50 ଲକ୍ଷ ମିଳିବା ନେଇ ସିଆଇଏସଏଫର ସହକାରୀ ପ୍ରବକ୍ତା ହେମେନ୍ଦ୍ର ସିଂ କହିଛନ୍ତି । ହେମେନ୍ଦ୍ର କହିଛନ୍ତି କି, ଯେଉଁ ଯୁବକଙ୍କ ନିକଟରୁ ଏହି ନଗଦ ଅର୍ଥ ଜବତ ହୋଇଛି ତାଙ୍କ ନାମ ଦିଲିପ ଠାକୁର ଏବଂ ତାଙ୍କ ବୟସ 19 ବର୍ଷ ବୟସ ବୋଲି ଜଣାପଡ଼ିଛି । ଏନେଇ ତାଙ୍କୁ ଜେରା କରାଯାଉଛି । ଜେରା ସମୟରେ ସେ ଗୁଜୁରାଟର ବାସିନ୍ଦା ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ ଦିଲିପ ଏହି ନଗଦ ଅର୍ଥକୁ ନେଇ ଚାନ୍ଦନୀଚୌକିରେ ପହଞ୍ଚାଇବାରେ ଥିଲା । ଚାନ୍ଦିନୀଚୌକି ଅପରାଧର ପେଣ୍ଠସ୍ଥଳି ରହିଥିବା ବେଳେ ଏଠାରେ ଅପରାଧୀଙ୍କ ସଂଖ୍ୟ ମଧ୍ୟ ଢେର ରହିଛି । ତେବେ ଦିଲିପଙ୍କୁ ଜେରା ସମୟରେ ସେଠାରେ ଜଣେ 32 ବର୍ଷୀୟ ଯୁବକ ମଧ୍ୟ ପହଞ୍ଚିଥିଲା । ଦିଲ୍ଲୀର ଫତେହପୁର ଅଞ୍ଚଳରୁ ଆସିଥିବା ନେଇ ସେ ପୋଲିସକୁ ସୂଚନା ଦେଇଥିଲା ।

ତେବେ ଜେରା କରୁଥିବା ଟିମକୁ ସେ କହିଥିଲା, ଟ୍ରାନସପୋର୍ଟ କାର୍ଯ୍ୟାଳୟର ସେ ମ୍ୟାନେଜର ଭାବେ କାର୍ଯ୍ୟ କରୁଛି । ଉକ୍ତ ଟ୍ରାନସପୋର୍ଟ କମ୍ପାନୀ ଗୁଜୁରାଟର ଏବଂ ଏହି ଅର୍ଥକୁ ଗୁଜୁରାଟକୁ ପଠାଇବା ପାଇଁ ଟ୍ରାନସପୋର୍ଟର ମାଲିକ ତାଙ୍କୁ କହିଥିବା ନେଇ ଉକ୍ତ ଯୁବକ ଜଣକ ପୋଲିସକୁ କହିଥିଲା । ସେପଟେ ଏନେଇ ଆୟକର ବିଭାଗ ଏବଂ ପୋଲିସ ଉକ୍ତ ନଗଦ ରାଶିର କାଗଜପତ୍ର ମାଗିଥିଲେ ।

ମାତ୍ର ଉକ୍ତ ସନ୍ଦିଗ୍ଧ ଯୁବକ ଦୁଇଜଣ କୌଣସି କାଗଜ ପତ୍ର ଦେଖାଇ ନ ପାରିବାରୁ ସେମାନଙ୍କୁ ପୋଲିସ ଜେରା କରୁଥିବା ଜଣାପଡ଼ିଛି ।

Intro:Body:

editorial

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.