ETV Bharat / bharat

ମୌଜପୁର ଗୁଳିକାଣ୍ଡରେ ବଳି ପଡିଲେ କନେଷ୍ଟବଳ, ସ୍ତବ୍ଧ ପରିବାର - maujpur violence

ମୌଜପୁର ଫାୟାରିଂରେ ମୃତ କନେଷ୍ଟବଳଙ୍କ ପରିବାର ଭାଙ୍ଗି ପଡିଛନ୍ତି । ପରିବାର ନେଇ ସେ ଦିଲ୍ଲୀ ବୁରାରୀ ଅମୃତ ବିହାର କଲୋନୀରେ ରହୁଥିବା ଜଣାପଡିଛି । ଅଧିକ ପଢନ୍ତୁ...

delhi maujpur violence
ମୌଜପୁର ଫାୟାରିଂ
author img

By

Published : Feb 24, 2020, 9:25 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୌଜପୁରରେ ସିଏଏକୁ ନେଇ ପ୍ରତିବାଦ ସମୟରେ ଦୁଇ ଗୋଷ୍ଠୀ ହୋଇଥିଲେ ମୁହାଁମୁହିଁ । ଆଉ ଏଥିରେ ବଳିପଡିଯାଇଥିଲେ ଘଟଣାସ୍ଥଳରେ କାର୍ଯ୍ୟରତ ଥିବା ପୋଲିସ କନେଷ୍ଟବଳ ରତନ ଲାଲ ।

ଦୁଃଖରେ ମୃତ କନେଷ୍ଠବଳଙ୍କ ପରିବାର

ମୃତ କନେଷ୍ଟବଳ ରତନଲାଲ ବୁରାରୀ ଅମୃତ ବିହାର କଲୋନୀରେ ପତ୍ନୀ ଓ 3 ସନ୍ତାନଙ୍କ ସହ ରହୁଥିଲେ । ତାଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ଅବସ୍ଥା ଅତି ଖରାପ ରହିଥିବାବେଳେ ତିନୋଟି କୁନି କୁନି ପିଲା ଯେପରି ମୁକ ପାଲଟି ଯାଇଛନ୍ତି ।

ଏହାସହ ରାଜସ୍ଥାନରେ ରହୁଥିବା ରତନଙ୍କ ପରିବାର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି । ସେ 7 ବର୍ଷ ହେବ ପରିବାର ସହ ଏହି କଲୋନୀରେ ରହିଆସୁଥିବା କହନ୍ତି ପଡୋଶୀ । ତାଙ୍କ ଶରୀରରେ ଗୁଳି ବାଜିଥିବାରୁ ମୃତ୍ୟୁ ଘଟିଥିବା ନେଇ କହିଛନ୍ତି ପରିବାର ସଦସ୍ୟ । କିନ୍ତୁ ପ୍ରକୃତ ସତ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ରାଜସ୍ଥାନ ଥାପଲି ଗାଁରୁ ସମସ୍ତେ ଦିଲ୍ଲୀ ପହଞ୍ଚିଥିବା ଖବର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.