ETV Bharat / bharat

ଦିଲ୍ଲୀ ନାବାଳିକା ଦୁଷ୍କର୍ମ ଓ ଆକ୍ରମଣ ଘଟଣାରେ ଗିରଫ ହେଲା ଅଭିଯୁକ୍ତ - ଦିଲ୍ଲୀ ନାବାଳିକା ଦୁଷ୍କର୍ମ ଘଟଣାରେ ଜଣେ ଗିରଫ ଘଟଣା

ଚୋରି କରିବାକୁ ଆସି ନାବାଳିକାକୁ ଦୁଷ୍କର୍ମ କରିଥିଲା । ପରେ ନାବାଳିକା ଜଣକ ଚିତ୍କାର କରିବାରୁ ତାକୁ କଇଁଚିରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ...

ଦିଲ୍ଲୀ ନାବାଳିକା ଦୁଷ୍କର୍ମ ଓ ଆକ୍ରମଣ ଘଟଣାରେ ଗିରଫ ହେଲା ଅଭିଯୁକ୍ତ

author img

By

Published : Aug 7, 2020, 3:31 PM IST

ନୂଆଦିଲ୍ଲୀ: ଦିଲ୍ଲୀ ନାବାଳିକା ଦୁଷ୍କର୍ମ ଘଟଣାରେ 33 ବର୍ଷୀୟ ଜଣେ ଯୁବକ ଗିରଫ । ସିସିଟିଭି ଫୁଟେଜକୁ ଆଧାର କରି ଗୁରୁବାର କ୍ରିଷନ ନାମକ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମଙ୍ଗଳବାର ଦିନ ଦିଲ୍ଲୀର ଏକ ନାବାଳିକାକୁ ଏକାକୀ ପାଇ ତାକୁ ପ୍ରଥମେ ଦୁଷ୍କର୍ମ ଓ ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଏନେଇ ପୋକ୍ସୋ ଅଧିନରେ ମାମଲା ରୁଜୁ ହୋଇଥିଲା ।

ଏହି ଘଟଣା ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ 20ଟି ଟିମ ଗଠନ ହୋଇଥିଲା । ସିସିଟିଭି ଆଧାର କରି ସମସ୍ତ ସନ୍ଦିଗ୍ଧଙ୍କୁ ପଚରା ଉଚରା କରିଥିଲା ପୋଲିସ । ଶେଷରେ ଅଭିଯୁକ୍ତକୁ ଗୁରୁବାର ଗିରଫ କରାଯାଇଥିଲା ବୋଲି ଯୁଗ୍ମ ପୋଲିସ କମିଶନର ସାଲିନୀ ସିଂ କହିଛନ୍ତି ।

ସିଂହ କହିଛନ୍ତି, ପଚରାଉଚରା ବେଳେ ସେ ଶିଶୁକୁ ଆକ୍ରମଣ କରିଥିବା ମାନିଛି । କ୍ରିଷନ ବିରୁଦ୍ଧରେ ଚାରିଟି ଅପରାଧିକ ମାମଲା ରୁଜୁ ହୋଇଛି, ଯେଉଁଥିରେ ଗୋଟିଏ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଚୋରି ଭଳି ମାମଲା ରହିଛି। ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ।

ପୋଲିସ କହିଛି ଯେ, କ୍ରିଷନ ଚୋରି ପାଇଁ ଘରେ ପଶିବା ପରେ ନାବାଳିକାକୁ ଏକାକୀ ପାଇ ଦୁଷ୍କର୍ମ କରିଥିଲା। ଏହି ସମୟରେ ପୀଡିତା ଜଣକ ଚିତ୍କାର କରିବାକୁ ଲାଗିଥିଲା । ଏହା ପରେ ଅଭିଯୁକ୍ତ ଜଣକ ନାବାଳିକାକୁ ଧରି ଏକାଧିକ ଥର କଇଁଚିରେ ଆକ୍ରମଣ କରିଥିଲା । ପୀଡିତାଙ୍କ ମୁହଁ, ମୁଣ୍ଡ ଏବଂ ଶରୀରର ଅନ୍ୟ ଅଂଶରେ ଆଘାତ ଲାଗିଥିଲା ।

ସେପଟେ, ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଡା ନିନ୍ଦା କରିଥିଲେ । ଏହାକୁ ଏକ ଅମାନବୀୟ ଘଟଣା କହି ଦୋଷୀ କଠୋର ଦଣ୍ଡ ଦିଆଯିବ ବୋଲି କହିଥିଲେ । ବର୍ତ୍ତମାନ ନାବାଳିକା ଶିଶୁ ଜଣକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.