ETV Bharat / bharat

ଦିଲ୍ଲୀ ‘ଲକଡାଉନ୍’: ଟ୍ବିଟରରେ ପୋଲିସ ଦେବ ପ୍ରଶ୍ନର ଉତ୍ତର - ଦିଲ୍ଲୀ ପୋଲିସ

ଲକ୍‌ ଡାଉନ ପାଇଁ ମଧ୍ୟ ଅନେକ ସର୍ତ୍ତାବଳୀ ରହିଛି । ଏବେ ଦିଲ୍ଲୀବାସୀଙ୍କ ମନରେ ‘ଲକ୍‌ଡାଉନ’କୁ ନେଇ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ଦିଲ୍ଲୀପୋଲିସ ଦେଇଛି ଗୁରୁତ୍ବପୂର୍ଣ୍ଣ ସୂଚନା । ଦିଲ୍ଲୀ ପୋଲିସ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସମସ୍ତ ଲକଡାଉନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବା ପାଇଁ ସୂଚନା ଦେଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 24, 2020, 7:23 PM IST

ନୂଆଦିଲ୍ଲୀ: କୋରୋନା ନିୟନ୍ତ୍ରଣ ପାଇଁ ପ୍ରମୁଖ ଅସ୍ତ୍ର ‘ଲକ୍‌ଡାଉନ’ ଏବେ ସାରା ଦେଶରେ ଲାଗୁ ହୋଇଛି । ଏପରିସ୍ଥଳେ ଲକ୍‌ ଡାଉନ ପାଇଁ ମଧ୍ୟ ଅନେକ ସର୍ତ୍ତାବଳୀ ରହିଛି । ଏବେ ଦିଲ୍ଲୀବାସୀଙ୍କ ମନରେ ‘ଲକ୍‌ଡାଉନ’କୁ ନେଇ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ଦିଲ୍ଲୀପୋଲିସ ଦେଇଛି ଗୁରୁତ୍ବପୂର୍ଣ୍ଣ ସୂଚନା । ଦିଲ୍ଲୀ ପୋଲିସ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସମସ୍ତ ଲକଡାଉନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବା ପାଇଁ ସୂଚନା ଦେଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@DelhiPolice
ଫଟୋ ସୌଜନ୍ୟ: ଟ୍ବିଟର@DelhiPolice

ଦିଲ୍ଲୀ ପୋଲିସ ଏବଂ ଦିଲ୍ଲୀ ପୋଲିସ ମୁଖ୍ୟାଳୟର ଟ୍ବିଟର ହ୍ୟାଣ୍ଡେଲରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଦିଲ୍ଲୀର ଯେକୌଣସି ନାଗରିକ ମଙ୍ଗଳବାର ସନ୍ଧ୍ୟା ପାଞ୍ଚରୁ ଛଅଟା ମଧ୍ୟରେ ଦିଲ୍ଲୀ ପୋଲିସ ସହିତ ‘ଲକଡାଉନ’ ନେଇ ପ୍ରଶ୍ନ ପଚାରି ପାରିବେ । ଏଥିପାଇଁ ସାଧାରଣ ଲୋକଙ୍କୁ ହ୍ୟାସଟ୍ୟାଗ୍ ‘ଲକଡାଉନ୍’ ଲେଖିବାକୁ ପଡିବ ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଏକ ଘଣ୍ଟା ମଧ୍ୟରେ ପଚରାଯାଇଥିବା ପ୍ରଶ୍ନ ଏବଂ ଉତ୍ତର ଦେବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା କରିବ ।

ଲକ୍‌ଡାଉନ ନେଇ ନେଇ ଜନସାଧାରଣଙ୍କ ମନରେ କୌଣସି ଭୁଲ ଖବର ପ୍ରସାରଣ ରୋକିବା ପାଇଁ ଦିଲ୍ଲୀ ପୋଲିସ ଏହି ପଦକ୍ଷେପ ନେଇଛି।

ଏଠାରେ ସୂଚନା ଯୋଗ୍ୟ ଯେ, ସ୍ବାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ COVID-19 ସଂକ୍ରମଣ ରିପୋର୍ଟ 30ରେ ପହଞ୍ଚିଛି । ଏଥିରେ ଜଣେ ବିଦେଶୀ ନାଗରିକ ରହିଥିବା ସୂଚନା ରହିଛି । 6 ଜଣ ଆରୋଗ୍ୟ ହୋଇଥିବା ବେଳେ ଜଣଙ୍କର କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.