ନୂଆଦିଲ୍ଲୀ: ଦିଲ୍ଲୀ କପାସେରାର ଗୋଟିଏ ବିଲ୍ଡିଂରେ ରହୁଥିବା 41 ଜଣ ଲୋକଙ୍କର କୋଭିଡ -19 ପାଇଁ ପଜିଟିଭ୍ ଆସିଛି । ଏହି କୋଠାଟି କାପାସେରାର ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଥିବା ଥେକେ ୱାଲି ଗଲିରେ ରହିଛି । ଜଣେ ବ୍ୟକ୍ତି ପ୍ରଥମେ ଶ୍ବାସଗତ ସମସ୍ୟା ହେବା ପରେ ଏହାକୁ ସିଲ କରାଯାଇଥିଲା ।
ଶ୍ୱାସକ୍ରିୟାରେ ସମସ୍ୟା ଥିବା ଅଭିଯୋଗ କରୁଥିବା ବ୍ୟକ୍ତିଙ୍କର ରିପୋର୍ଟ ଏପ୍ରିଲ୍ 18 ପଜିଟିଭ ପରୀକ୍ଷା କରିଥିଲେ । ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସେ ସଂକର୍ମିତ ହୋଇଥିଲେ । ପରେ ସେହି ବିଲ୍ଡିଂର ଅନ୍ୟ ମାନଙ୍କ ପରୀକ୍ଷା କରାଯାଇଥିଲା । ମୋଟ ନମୁନା ମଧ୍ୟରୁ 67 ଜଣଙ୍କ ରିପୋର୍ଟ ଶନିବାର ଦିନ ପହଞ୍ଚିଛି । ଯେଉଁଥିରୁ 41 ଜଣ ଲୋକ ପଜିଟିଭ୍ ରହିଛି ।
ପ୍ରଥମ ମାମଲା ଆସିବା ପରେ ଏହି ଅଞ୍ଚଳକୁ ସିଲ୍ କରିଥିଲା ସ୍ଥାନୀୟ ପ୍ରଶାସନ । ଏହି ଅଞ୍ଚଳରେ ରହୁଥିବା 175 ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା ।