ETV Bharat / bharat

CAA ହିଂସା: ଶାନ୍ତି ବଜାୟ ରଖିବାକୁ ସାହି ଇମାମଙ୍କ ଅପିଲ - jama masjid shahi imam

ସଂଶୋଧିତ ନାଗରିକତ୍ବ ଆଇନ୍‌କୁ ବିରୋଧରେ ପୂର୍ବୋତ୍ତର ରାଜ୍ୟ ସମେତ ଦେଶରେ ବିଭିନ୍ନ ପ୍ରାନ୍ତରେ ପ୍ରଦର୍ଶନ ଜାରି ରହିଛି । ପ୍ରଦର୍ଶନକାରୀଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ଜାମା ମସଜିଦର ସାହି ଇମାମ ସୟଦ ଅହମଦ ବୁଖାରୀ ।

jama-masjid-shahi-imam
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 18, 2019, 3:12 PM IST

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତ୍ବ ଆଇନ୍‌ ବିରୋଧରେ ପୂର୍ବୋତ୍ତର ରାଜ୍ୟ ସମେତ ଦେଶରେ ବିଭିନ୍ନ ପ୍ରାନ୍ତରେ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ବିଭିନ୍ନ ହିଂସାତ୍ମକ ଘଟଣା ଘଟୁଛି । ଇତି ମଧ୍ୟରେ ପ୍ରଦର୍ଶନକାରୀଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ଜାମା ମସଜିଦର ସାହି ଇମାମ ସୟଦ ଅହମଦ ବୁଖାରୀ । ପ୍ରଦର୍ଶନ କରିବା ଆମର ଗଣତାନ୍ତ୍ରିକ ଅଧିକାର, କିନ୍ତୁ ପ୍ରଦର୍ଶନ ସମୟରେ ହିଂସା କରିବା ଅନୁଚିତ ବୋଲି ସେ କହିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଗଣତନ୍ତ୍ରରେ ପ୍ରଦର୍ଶନ କରିବା ଆମର ଅଧିକାର । ଏହି ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ । କିନ୍ତୁ ଏଭଳି କରିବା ସମୟରେ ଆମକୁ ଧ୍ୟାନରେ ରଖିବା ଉଚିତ ଯେ, ଏହା ଦ୍ବାରା ଅନ୍ୟ କୌଣସି ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚିବ ନାହିଁ । ଆମକୁ ଆମ ଭାବନା ଉପରେ ନିୟନ୍ତ୍ରଣ ଲଗାଇବା ଉଚିତ ବୋଲି ସେ କହିଛନ୍ତି ।

ଏହା ସହିତ ସେ ଏନଆରସି ଏବଂ ସିଏଏ ମଧ୍ୟର ଅନ୍ତର ଦେଶବାସୀଙ୍କୁ ବୁଝାଇଛନ୍ତି । ସେ କହିଛନ୍ତି, ନାଗରିକତା ସଂଶୋଧନ ଆଇନ୍‌ ଓ ଏନଆରସି ଦୁଇଟି ଅଲଗା ଅଲଗା ବିଷୟ । ଏବେ କେବଳ ସିଏଏ ଆଇନ୍‌ରେ ପରିଣତ ହୋଇଛି, ଏନଆରସି ଆଇନରେ ପରିଣତ ହୋଇନାହିଁ । ନାଗରିକତା ସଂଶୋଧନ ଆଇନ୍‌ ଦ୍ବାରା ଦେଶର କୌଣସି ମୁସଲିମ ନାଗରିକ ପ୍ରଭାବିତ ହେବେ ନାହିଁ । ଏହା କେବଳ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ନାଗରିକମାନଙ୍କ ପାଇଁ ପ୍ରଯୁଜ୍ୟ । ତେଣୁ ଗୁଜବରେ ବିଶ୍ବାସ ନକରି ଶାନ୍ତି ବଜାୟ ରଖିବାକୁ ପ୍ରଦର୍ଶନକାରୀଙ୍କୁ ନିବେଦନ କରିଛନ୍ତି ବୁଖାରୀ ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.