ETV Bharat / bharat

ରେଳ ବିଭାଗର ପ୍ରସ୍ତୁତି: ନିର୍ଦ୍ଧାରିତ ସମୟର 5ଘଣ୍ଟା ପୂର୍ବରୁ ପହଞ୍ଚିବ ଦିଲ୍ଲୀ-ହାୱଡା, ଦିଲ୍ଲୀ-ମୁମ୍ବାଇ

ଦିଲ୍ଲୀ-ହାୱଡା ଏବଂ ଦିଲ୍ଲୀ-ମୁମ୍ବାଇ ଟ୍ରେନ ରୁଟରେ ଯାତ୍ରାକୁ 5ଘଣ୍ଟା କମାଇବା ପାଇଁ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଆସନ୍ତା 4ବର୍ଷରେ ଇନଫ୍ରାଷ୍ଟ୍ରକଚର 14 ହଜାର କୋଟି ଟଙ୍କା ନିବେଶ କରାଯିବ ।

author img

By

Published : Jun 20, 2019, 9:17 AM IST

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗର ନୂଆ ପ୍ରସ୍ତୁତି । ଟ୍ରେନ ଯାତ୍ରା ସମୟରେ କିପରି ଯାତ୍ରା ଅବଧି କମାଯାଇ ପାରିବ, ସେ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ରେଳ ବିଭାଗ । ଦିଲ୍ଲୀ-ହାୱଡା ଏବଂ ଦିଲ୍ଲୀ-ମୁମ୍ବାଇ ଟ୍ରେନ ରୁଟରେ ଯାତ୍ରାକୁ 5ଘଣ୍ଟା କମାଇବା ପାଇଁ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଆସନ୍ତା 4ବର୍ଷରେ ଇନଫ୍ରାଷ୍ଟ୍ରକଚର 14 ହଜାର କୋଟି ଟଙ୍କା ନିବେଶ କରାଯିବ ।

ରେଲୱେ ପକ୍ଷରୁ 100 ଦିନର ପ୍ଲାନ ଅନୁସାରେ, 11 ଟି ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ତେବେ ରେଳବିଭାଗର ଏହି ପ୍ରସ୍ତାବ ସେଥିରୁ ଆଉ ଗୋଟିଏ । ବର୍ତ୍ତମାନ ଦିଲ୍ଲୀ-ହାୱଡା ରୁଟରେ ସବୁଠୁ ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ପାଖାପାଖି 17 ଘଣ୍ଟା ସମୟ ଲାଗୁଛି । ଯେତେବେଳେ କି, ଦିଲ୍ଲୀ-ମୁମ୍ବାଇ କ୍ଷେତ୍ରରେ ଏହା 15 ଘଣ୍ଟା ସମୟ ଲାଗୁଛି । ତେବେ ରେଲୱେର ଏହି ନୂଆ ପ୍ରସ୍ତାବ ଦ୍ବାରା ଏହି ସମୟକୁ କ୍ରମଶଃ 12 ଏବଂ 10 ଘଣ୍ଟାକୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରସ୍ତାବକୁ ମଞ୍ଜୁର ପାଇଁ କ୍ୟାବିନେଟ କମିଟିର ଅର୍ଥ ବିଭାଗକୁ ଦିଆଯାଇଛି ।

ଏହି ପ୍ରସ୍ତାବ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଆସନ୍ତା ତିନି ମାସ ପାଇଁ ଦେଶର ପରିବହନ ବାବଦରେ ଏକ ମୌଖିକ ରିପୋର୍ଟ ଉପସ୍ଥାପନ କରାଯିବ । ଅନ୍ୟପଟେ ରେଳମନ୍ତ୍ରୀ ପୀୟୁଷ ଗୋଏଲ 'Give It Up' ନାମକ ସ୍କିମ ମାଧ୍ୟମରେ ଲୋକଙ୍କୁ ନିଜ ଟ୍ରେନ ଟିକେଟରେ ଥିବା ସବସିଡିକୁ ଛାଡିବାକୁ ଅପିଲ କରିଛନ୍ତି । ଯାହାକୁ ଶୁଣିବା ପରେ ଅନେକ ବରିଷ୍ଠ ନାଗରିକମାନେ ମଧ୍ୟ ନିଜ ସବସିଡି ଛାଡି ଦେଇଛନ୍ତି । ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ଏହି ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବାକୁ ଉଚ୍ଚସ୍ତରରେ କ୍ୟାମ୍ପେନ କରାଯାଉଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.