ETV Bharat / bharat

ମେ 3 ଭିତରେ ମଦ ବିକ୍ରିକୁ ନେଇ ଦିଲ୍ଲୀ ସରକାରଙ୍କ କଡା ଚେତାବନୀ - covid-19

ରାଜଧାନୀରେ ଲକଡାଉନରେ ବି ଚାଲିଛି ମଦ ବେପାର । ଏବେ ସୁଦ୍ଧା 14 ଜଣଙ୍କ ଗିରଫ କରାଯାଇଥିବାବେଳେ 8,400 ମଦ ବୋତଲ ମଧ୍ୟ ଜବତ କରାଗଲାଣି । ତେବେ ବାରମ୍ବାର ମନା କରିବା ସତ୍ତ୍ବେ ହୋଟେଲ, ବାର ଓ ରେସ୍ତୋରାଁକୁ ତାଗିଦ କରିଛି ଦିଲ୍ଲୀ ପୋଲିସ ।

ମେ 3 ଭିତରେ ମଦ ବିକ୍ରିକୁ ନେଇ ଦିଲ୍ଲୀ ସରକାରଙ୍କ କଡା ଚେତାବନୀ

author img

By

Published : Apr 23, 2020, 3:56 PM IST

ନୂଆଦିଲ୍ଲୀ: ଚୋରା ମଦ ବେପାରକୁ ନେଇ ହୋଟେଲ, ବାର ଓ ରେଷ୍ଟୋରାଁକୁ ତାଗିଦ କଲା ଦିଲ୍ଲୀ ପୋଲିସ । ଯଦି ମେ 3 ମଧ୍ୟରେ କୌଣସି ନିୟମ ଉଲ୍ଲଙ୍ଘନ ହୁଏ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଲକଡାଉନ ସମୟରେ ବାରମ୍ବାର ନିୟମ ଉଲ୍ଲଙ୍ଘନ କରି ଚୋରାରେ ମଦ ବିକ୍ରି ହେବାକୁ ନେଇ ଅବକାରୀ କମିଶନର ରବି ଧାୱନ ସମସ୍ତଙ୍କୁ ଚେତାଇ ଦେଇଛନ୍ତି । ସୂଚନାନୁଯାୟୀ ଲକଡାଉନ ସମୟରେ ବାରମ୍ବାର ହୋଟେଲ, ବାର, ରେଷ୍ଟୋରାଁ ଆଦିରେ ଚୋରାରେ ମଦ କାରବାର ନେଇ ଖବର ସାମନାକୁ ଆସିଥିଲା । ଏଥିରେ 14 ଜଣଙ୍କୁ ଗିରଫ କରାଯାଇ ଥିବାବେଳେ 8,400 ମଦ ବୋତଲ ମଧ୍ୟ ଜବତ କରାଗଲାଣି ।

ତେବେ ପୂର୍ବରୁ ଦିଲ୍ଲୀ ସରକାର ମଦ ଦୋକାନ ଗୁଡିକ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଲକଡାଉନର ଅବଧି ବୃଦ୍ଧି ହୋଇଥିବା ହେତୁ ଏହା ହୋଇପାରିଲା ନାହିଁ । ସେପଟେ ମଦ ଦୋକାନ ଗୁଡିକ ମେ 3 ପର୍ଯ୍ୟନ୍ତ ବନ୍ଦ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.