ETV Bharat / bharat

ଦିଲ୍ଲୀରେ ପ୍ରତିଷ୍ଠା ହେବ ‘ପ୍ଲାଜମା ବ୍ୟାଙ୍କ’: କେଜ୍ରିୱାଲ - ‘ପ୍ଲାଜମା ବ୍ୟାଙ୍କ’

କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀରେ ‘ପ୍ଲାଜମା ବ୍ୟାଙ୍କ’ ପ୍ରତିଷ୍ଠା କରାଯିବ ବୋଲି ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

_corona
ଦିଲ୍ଲୀରେ ପ୍ରତିଷ୍ଠା ହେବ ‘ପ୍ଲାଜମା ବ୍ୟାଙ୍କ’
author img

By

Published : Jun 29, 2020, 3:20 PM IST

ନୂଆଦିଲ୍ଲୀ: କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀରେ ‘ପ୍ଲାଜମା ବ୍ୟାଙ୍କ’ ପ୍ରତିଷ୍ଠା କରାଯିବ ବୋଲି ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଏବଂ ବିଲିୟାରି ସାଇନ୍ସରେ ଏହି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି କୌଣସି ବ୍ୟକ୍ତି ପ୍ଲାଜମା ଆବଶ୍ୟକ କରିବେ ତାଙ୍କୁ ଡାକ୍ତରଙ୍କ ସହ ପରାମର୍ଶ ନେବାକୁ ପଡିବ ବୋଲି ସେ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେଜ୍ରିୱାଲ କହିଛନ୍ତି, ପ୍ଲାଜମା ଥେରାପୀ ପରୀକ୍ଷା କରିବାରେ ଦିଲ୍ଲୀ ଦେଶର ପ୍ରଥମ ରାଜ୍ୟ ଅଟେ। ଆମେ 29 ଜଣ ରୋଗୀଙ୍କ ଉପରେ ଏହି ଥେରାପୀ ପରୀକ୍ଷା କରିଥିଲୁ । ଯାହାର ଫଲାଫଳ ବହୁତ ଭଲ ଥିଲା।

ତେବେ କୋରୋନାରେ ଦୁଇଟି ଘଟଣା ଘଟିଥାଏ । ଗୋଟିଏ ହେଲା ଅକ୍ସିଜେନ ସ୍ତର ହ୍ରାସ ପାଇବା ଏବଂ ଦ୍ୱିତୀୟଟି ଏହା ହେଉଛି ଶ୍ବାସପ୍ରଶ୍ବାସ ସ୍ତର ବୃଦ୍ଧି ଘଟିବା । ତେବେ ଏହା ଦେଖାଯାଇଛି ରୋଗୀଙ୍କୁ ପ୍ଲାଜମା ଥେରାପି ଦେବା ଦ୍ବାରା ସେମାନଙ୍କର ଅକ୍ସିଜେନ ଏବଂ ଶ୍ବାସପ୍ରଶ୍ବାସ ସ୍ତର ହ୍ରାସ ପାଇଛି ।

ଏଥିସହ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ସରକାର ଏବଂ ଘରୋଇ ମେଡିକାଲରେରେ ପ୍ଲାଜମା ଥେରାପି ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।

ତେବେ ଯେଉଁମାନେ କୋରୋନାରୁ ସୁସ୍ଥ ହୋଇଛନ୍ତି ସେମାନେ ପ୍ଲାଜମା ଦେଇପାରିବେ। ସେମାନଙ୍କ ରକ୍ତରେ ଆଣ୍ଟିବଡି ଅଛି । ଯାହା କୋରୋନାରୁ ରକ୍ଷା କରିଥାଏ। ଏଣୁ ଦିଲ୍ଲୀରେ ପ୍ଲାଜମା ବ୍ୟାଙ୍କ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଉଛନ୍ତି । ପ୍ଲାଜମା ବ୍ୟାଙ୍କ ସ୍ଥାପନ କରିବାରେ ଦିଲ୍ଲୀ ପ୍ରଥମ ଦେଶ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.