ETV Bharat / bharat

ସ୍ଵାବ ନମୂନା ରିପୋର୍ଟ ନଷ୍ଟ କରିବାକୁ କହି ଅଡୁଆରେ ଦିଲ୍ଲୀ ସରକାର

ନୋଏଡାସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିକାଲ୍ସ (NIB)କୁ ସହର ମଧ୍ୟରୁ କୋରୋନା ଭାଇରସ୍ ପରୀକ୍ଷା ନମୂନା ପଠାଇବା ବନ୍ଦ କରିବାକୁ ଏହାର ଅଧିକାରୀମାନେ କହିଥିଲେ। ଏହାର କିଛି ଦିନ ପରେ, ଦିଲ୍ଲୀ ସରକାର ସଂଗଠନକୁ ସମସ୍ତ ବିଚାରାଧୀନ ନମୂନା ନଷ୍ଟ କରିବାକୁ କହିଛନ୍ତି । ଯାହା ଅଡୁଆ ବଢାଇଛି।

author img

By

Published : May 8, 2020, 3:42 PM IST

delhi-govt-asks-national-institute-of-  biologicals
ସ୍ଵାବ ନମୂନା ରିପୋର୍ଟ ନଷ୍ଟ କରିବାକୁ କହି ଅଡୁଆରେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦୈନିକ ପରୀକ୍ଷାଗାରକୁ ଆସୁଥିବା ସ୍ବାବ୍ ନମୂନା ନଷ୍ଟ କରିବାକୁ କହି ଏଵେ ଅଡୁଆରେ ପଡିଛି ଦିଲ୍ଲୀ ସରକାର। ତେଵେ ନୋଏଡାସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିକାଲ୍ସ (NIB)କୁ ସହର ମଧ୍ୟରୁ କୋରୋନା ଭାଇରସ୍ ପରୀକ୍ଷା ନମୂନା ପଠାଇବା ବନ୍ଦ କରିବାକୁ ଏହାର ଅଧିକାରୀମାନେ କହିଥିଲେ। ଏହାର କିଛି ଦିନ ପରେ, ଦିଲ୍ଲୀ ସରକାର ସଂଗଠନକୁ ସମସ୍ତ ବିଚାରାଧୀନ ନମୂନା ନଷ୍ଟ କରିବାକୁ କହିଛନ୍ତି । ଯାହା ଅଡୁଆ ବଢାଇଛି।

ଗୁରୁବାର ଦିନ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଆଇଏନ୍ଏସ୍ ସହିତ କଥାବାର୍ତ୍ତା କରି କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ନିବ୍ ସହିତ ଥିବା ସମସ୍ତ ନମୁନା ନଷ୍ଟ ହୋଇଯାଇଛି। ଅଧିକାରୀ ଜଣକ IANS କୁ କହିଛନ୍ତି ଯେ, ନମୂନାକୁ ଫିଙ୍ଗିବାକୁ NIB କୁ କୁହାଯାଇଥିଲା ଏବଂ ସେଠାରେ ଆଉ ବିଚାରାଧୀନ ରିପୋର୍ଟ ନାହିଁ। ଅନେକ କ୍ଷେତ୍ରରେ କେତେକ ନମୂନାର ପୁନଃ ପରୀକ୍ଷଣ କରାଯାଇଥିବା ବେଳେ କେବଳ ଅଳ୍ପ କିଛି ବାକି ଅଛି ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ବାରମ୍ବାର ଚେଷ୍ଟା ସତ୍ତ୍ଵେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ରଖିନାହିଁ। ଏପ୍ରିଲ୍ 29 ରେ, NIB ରେ ପରୀକ୍ଷା ରିପୋର୍ଟ ପାଇଁ ମାତ୍ରାଧିକ ନମୂନା ପଡି ରହୁଥିବା' ହେତୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ପରୀକ୍ଷା ନମୂନା ଆଉ ପଠାଯିବ ନାହିଁ। ଅନ୍ୟ ପକ୍ଷରେ ଏପ୍ରିଲ୍ 29 ରୁ ଦିଲ୍ଲୀ ସରକାର ବିଚାରାଧୀନ ନମୂନାଗୁଡିକର ତଥ୍ୟ ବାଣ୍ଟିବା ମଧ୍ୟ ବନ୍ଦ କରି ଦେଇଛନ୍ତି।

28 ଏପ୍ରିଲ ପର୍ଯ୍ୟନ୍ତ ଦିଲ୍ଲୀ ସରକାର ନିଜ ସ୍ୱାସ୍ଥ୍ୟ ବୁଲେଟିନରେ ବିଚାରାଧୀନ ରିପୋର୍ଟ ଗୁଡିକର ସ୍ଥିତି ବାଣ୍ଟୁଥିଲା। ସଂଗୃହିତ ମୋଟ୍ 43,370 ନମୂନା ମଧ୍ୟରୁ ଏପ୍ରିଲ୍ 28 ରିପୋର୍ଟରେ ଅତି କମରେ 3,295 ରିପୋର୍ଟ ବିଚାରାଧୀନ ଅଛି ବୋଲି କୁହାଯାଇଛି। ଏପ୍ରିଲ୍ 29 ସ୍ଵାସ୍ଥ୍ୟ ବୁଲେଟିନ୍ କହିଛି ଯେ, ମୋଟ 47,225 ନମୂନା ସଂଗ୍ରହ କରାଯାଇଛି, ଯେଉଁଥିରୁ 3,439 ନମୂନା ଆଜି ପର୍ଯ୍ୟନ୍ତ ପଜିଟିଭ୍ ଥିବାବେଳେ 39,920 ରିପୋର୍ଟ ନେଗେଟିଭ୍ ଥିଲା। ବିଚାରାଧୀନ ରିପୋର୍ଟଗୁଡ଼ିକର କୌଣସି ରିପୋର୍ଟ ଜଣାନାହିଁ।

ଏପ୍ରିଲ୍ 29ରେ NIB ବିଷୟରେ ଜାରି କରାଯାଇଥିବା ଆଦେଶରେ ଦିଲ୍ଲୀ ସରକାର କହିଛନ୍ତି ଯେ, NIB ରେ ପରୀକ୍ଷା ରିପୋର୍ଟ ପାଇଁ ଯଥେଷ୍ଟ ପେଣ୍ଡିଂ ଅଛି, ଯାହା ଏଵେ ବାଧା ସୃଷ୍ଟି କରୁଛି। ଏହି ନମୂନାକୁ ଅନ୍ୟ ସରକାରୀ ଏବଂ ବେସରକାରୀ ଲ୍ୟାବ୍ ମଧ୍ୟରେ ବଣ୍ଟନ କରାଯିବ। ଯାହା ଦ୍ଵାରା ସମ୍ପୃକ୍ତ ଲ୍ୟାବରେ ନମୂନା ଦାଖଲ ହେବାର ଗୋଟିଏ ଦିନ ମଧ୍ୟରେ ଫଳାଫଳ ମିଳିବ ବୋଲି ନିଶ୍ଚିତ କରାଯାଇ ପାରିବ। କେଵଳ Nib ଉପରେ ନିର୍ଭର କରିବାରୁ ସମସ୍ୟା ସୃଷ୍ଟି ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.