ETV Bharat / bharat

ଦିଲ୍ଲୀରେ ପ୍ରତି ମାସରେ ହେବ ସେରୋ ସର୍ଭେ - delhi govt. again do sero survey

ରାଜଧାନୀ ଦିଲ୍ଲୀରେ ସେରୋ ସର୍ଭେର ଫଳାଫଳ ଆଶ୍ଚର୍ଯ୍ୟଜନକ ଆସିଛି । ଏବେ ସ୍ବାସ୍ଥ୍ୟମନ୍ତ୍ରୀ ପୁଣି ଘୋଷଣା କରିଛନ୍ତି ଯେ ପ୍ରତି ମାସରେ ଦିଲ୍ଲୀରେ ସେରୋ ସର୍ଭେ କରାଯିବ ।

ଦିଲ୍ଲୀରେ ପ୍ରତି ମାସରେ ହେବ ସେରୋ ସର୍ଭେ
ପ୍ରତି ସପ୍ତାହରେ ହେବ ସେରୋ ସର୍ଭେ
author img

By

Published : Jul 22, 2020, 4:36 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସେରୋ ସର୍ଭେର ଫଳାଫଳ ଆଶ୍ଚର୍ଯ୍ୟଜନକ ଆସିଛି । ସର୍ବେକ୍ଷଣ ଅନୁଯାୟୀ, ଦିଲ୍ଲୀର ପ୍ରତି 4 ଜଣରେ ଜଣେ ବ୍ୟକ୍ତି କୋରୋନା ସଂକ୍ରମିତ । ଏହା ଉପରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଏପରି ନୁହେଁ ଯେ ସମସ୍ତ ଲୋକ କୋରୋନାରେ ଆକ୍ରାନ୍ତ, ଏପରିକି ଅନେକ ଲୋକ ଏଥିରୁ ମୁକ୍ତି ମଧ୍ୟ ପାଇଛନ୍ତି ।

ଏବେ ସ୍ବାସ୍ଥ୍ୟମନ୍ତ୍ରୀ ପୁଣି ଘୋଷଣା କରିଛନ୍ତି ଯେ ପ୍ରତି ମାସରେ ଦିଲ୍ଲୀରେ ଏକ ସେରୋ ସର୍ଭେ କରାଯିବ । ଏହା ମାସର ପ୍ରଥମ ସପ୍ତାହରେ ହେବ । ପୂର୍ବରୁ ଦିଲ୍ଲୀରେ ସେରୋ ସର୍ଭେ କେବଳ କଣ୍ଟେନମେଣ୍ଟ ଜୋନରେ କରାଯାଇଥିଲା । ବର୍ତ୍ତମାନ ଏହି ସର୍ଭେ ସମଗ୍ର ଦିଲ୍ଲୀ ପାଇଁ କରାଯିବ।

ପ୍ରକାଶଥାଉକି, ଦିଲ୍ଲୀର ସେରୋ ସର୍ଭେରେ ପ୍ରକାଶ ପାଇଛି ଯେ ରାଜଧାନୀର ପ୍ରାୟ 23.40 ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ରହିଛି ।

ସେରୋ ସର୍ଭେରେ ଏହା ଜଣାପଡିଛି ଯେ ଅଧିକାଂଶ ଲୋକଙ୍କଠାରେ କୋରୋନା ସଂକ୍ରମଣ ନାହିଁ, ତେଣୁ କାହାକୁ ଏନେଇ ଜଣାପଡିନାହିଁ । ଯଦିଓ ଦିଲ୍ଲୀରେ କୋରୋନା ସକ୍ରିୟ ମାମଲା କମ୍ ରହିଛି ତଥାପି ଲୋକେ ସତର୍କ ରହିବା ଆବଶ୍ୟକ । ଦିଲ୍ଲୀରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା 1.25 ଲକ୍ଷରେ ପହଞ୍ଚିଛି । ରାଜଧାନୀରେ 15 ହଜାରରୁ ଅଧିକ ସକ୍ରିୟ ମାମଲା ଥିବାବେଳେ 3600 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.