ETV Bharat / bharat

କୋଭିଡ ହସ୍ପିଟାଲରେ ଉପଲବ୍ଧ ହେବ ଅକ୍ସିଜେନ, ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର - କୋଭିଡ ହସପିଟାଲରେ ହେବ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା

ଦିଲ୍ଲୀର କୋଭିଡ ହସପିଟାଲରେ ସମସ୍ତ ଶଯ୍ୟାରେ ଉପଲବ୍ଧ ହେବ ଅକ୍ସିଜେନ ବ୍ୟବସ୍ଥା । ନିର୍ଦ୍ଦେଶ ଦେଲେ କେଜ୍ରିଓ୍ବାଲ ସରକାର । ଅଧିକ ପଢନ୍ତୁ...

Delhi Government issues order directing all designated #COVID19 hospitals to make oxygen facility available on all of their beds.
କୋଭିଡ ହସପିଟାଲରେ ମିଳିବ ଅମ୍ଳଜାନ ସୁବିଧା ,ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର
author img

By

Published : Jun 12, 2020, 8:13 AM IST

ନୂଆଦିଲ୍ଲୀ: କାୟାବିସ୍ତାର କରିବାରେ ଲାଗିଛି କୋରୋନା । ପାଖାପାଖି 188ଟି ଦେଶକୁ ଗ୍ରାସ କରିଛି ଏହି କିଲର ଭାଇରସ । ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି, ଲକ ଡାଉନ ଠାରୁ ଆରମ୍ଭ କରି ଅଧିକ କୋରୋନ ପଜେଟିଭ ଚିହ୍ନଟ ହୋଇଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ମଧ୍ୟ କରୁଛନ୍ତି ସରାକାର । ଏପରିକି, ଏହି ଭାଇରସ ଠାରୁ ବଞ୍ଚିବା ପାଇଁ କେତେକ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ତେବେ ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 286579 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 8102ରେ ପହଞ୍ଚିଛି ।

ସେହିପରି ଦିଲ୍ଲୀରେ ମଧ୍ୟ କୋରୋନା ପଜେଟିଭଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ପଜେଟିଭଙ୍କ ସଂଖ୍ୟା 32810 ରହିଥିବା ବେଳେ 984ଙ୍କର ମୃତ୍ୟୁ ହୋଇଛି । ତେବେ ଦିଲ୍ଲୀର କୋଭିଡ ହସପିଟାଲରେ ସମସ୍ତ ଶଯ୍ୟାରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରେ କୋଭିଡ 19 ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତି ନିଆଯାଇଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.