ETV Bharat / bharat

3 ମାସ ପାଇଁ ପର୍ଯ୍ୟାପ୍ତ ଚିକିତ୍ସା ଉପକରଣ କିଣି ରଖିବାକୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ

ଦିଲ୍ଲୀରେ ଦୃତ ଗତିରେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଯେଉଁଥିପାଇଁ ଡାକ୍ତରଖାନାଗୁଡିକରେ ଶଯ୍ୟା, ସର୍ଜିକାଲ ଉପକରଣ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

3 ମାସ ପାଇଁ ପର୍ଯ୍ୟାପ୍ତ ଚିକିତ୍ସା ଉପକରଣ କିଣି ରଖିବାକୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ
3 ମାସ ପାଇଁ ପର୍ଯ୍ୟାପ୍ତ ଚିକିତ୍ସା ଉପକରଣ କିଣି ରଖିବାକୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ
author img

By

Published : Jun 7, 2020, 10:09 AM IST

ନୂଆଦିଲ୍ଲୀ: ଦିଲ୍ଲୀ ସହରରେ କୋରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଡାକ୍ତରଖାନାଗୁଡ଼ିକୁ ଅତି କମରେ 3 ମାସ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ ବା ପିପିଇ କିଟ ଏବଂ ଅମ୍ଳଜାନ ମାସ୍କ ଭଳି ଚିକିତ୍ସା ଉପକରଣ କିଣି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜାରି ହୋଇଥିବା ଏକ ନିର୍ଦ୍ଦେଶରେ ଦିଲ୍ଲୀର ସ୍ୱାସ୍ଥ୍ୟ ସଚିବ ପଦ୍ମିନୀ ସିଙ୍ଗଲା କହିଛନ୍ତି ଯେ, ଗତ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରେ କୋରୋନା ଭାଇରସ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ଯେଉଁଥିପାଇଁ ଡାକ୍ତରଖାନାଗୁଡିକରେ ଶଯ୍ୟା, ସର୍ଜିକାଲ ଉପକରଣ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି ।

ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ, ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସମସ୍ତ କୋଭିଡ-19 ଏବଂ ଅଣ-କୋଭିଡ 19 ଡାକ୍ତରଖାନାର ଏମଏସ, ଏମଡି, ନିର୍ଦ୍ଦେଶକ ସର୍ଜିକାଲ ସାମଗ୍ରୀ, ଅକ୍ସିଜେନ ମାସ୍କ ଏବଂ ଅକ୍ସିଜେନ ଚିକିତ୍ସା ବ୍ୟବସ୍ଥା, ପିପିଇ କିଟ, ଗ୍ଲୋଭସ୍, ମାସ୍କ ଇତ୍ୟାଦି କିଣି ଅତି କମରେ 3 ମାସ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମାତ୍ରାରେ ଷ୍ଟକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଦିଲ୍ଲୀରେ ଶନିବାର 1,320 ଟି ନୂଆ କୋରୋନା ମାମଲା ରିପୋର୍ଟ ହୋଇଥିବା ବେଳେ, ମୋଟ ସଂଖ୍ୟା 27 ହଜାର 654ରୁ ଉର୍ଦ୍ଧ୍ବ ମାମଲା ରହିଛି । ଏହି ମହାମାରୀରେ ମୋଟ 761 ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦିଲ୍ଲୀରେ 16 ହଜାରରୁ ଅଧିକ ସକ୍ରିୟ ଅଛନ୍ତି । ଏଥି ସହିତ, 10 ହଜାରରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.