ETV Bharat / bharat

ଦିଲ୍ଲୀ ସରକାରଙ୍କୁ ଘାରିଛି ବାୟୁ ପ୍ରଦୂଷଣ ଚିନ୍ତା; ବାହାରେ ଖେଳିବେନି ଛାତ୍ରଛାତ୍ରୀ

ସାଙ୍ଘାତିକ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ । ଏଥିରୁ ବଞ୍ଚିବା ପାଇଁ ଦିଲ୍ଲୀ ସରକାର ଆପଣାଉଛନ୍ତି ନୂଆ ନୂଆ ଉପାୟ । ଏବେ ସ୍କୁଲ ପିଲାଙ୍କ ପାଇଁ ଜାରି କରାଯାଇଛି ଏକ ସର୍କୁଲାର । ଯେଉଁଥିରେ ଏହା ସ୍ପଷ୍ଠ ଭାବରେ କୁହାଯାଇଛି, ଯେ ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଛି ସେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଆଉଟଡୋର ଆକଟିଭିଟି( ବାହ୍ୟ କାର୍ଯ୍ୟକଳାପ) କରାନଯାଉ ।

ବାୟୁ ପ୍ରଦୂଷଣରୁ ବଞ୍ଚିବାକୁ ଦିଲ୍ଲୀ ସରକାରଙ୍କ ନୂଆ ସର୍କୁଲାର ଜାରି
author img

By

Published : Oct 31, 2019, 2:43 PM IST

ନୂଆଦିଲ୍ଲୀ: ଦେଶ ରାଜଧାନୀରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣର ମାତ୍ରା । ଛୁଆଠୁ ବୁଢା ସଭିଏଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ପ୍ରଦୂଷଣରୁ ବଞ୍ଚିବା ପାଇଁ ସ୍କୁଲ ପିଲାଙ୍କ ପାଇଁ ଦିଲ୍ଲୀ ସରକାର ଜାରି କରିଛନ୍ତି ଏକ ସର୍କୁଲାର । ଯେଉଁଥିରେ ଏହା ସ୍ପଷ୍ଠ ଭାବରେ କୁହାଯାଇଛି ଯେ ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ଆଉଟଡୋର ଆକଟିଭିଟି(ଖେଳକୁଦ)ପାଇଁ ଛଡାନଯାଉ ।

ଦିଲ୍ଲୀରେ ଏବେ ପ୍ରଦୂଷଣ ସାଙ୍ଘାତିକ ସ୍ତରରେ ପହଞ୍ଚିଛି । ଗୁରୁବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆକଳନ ଅନୁସାରେ ଏୟାର କ୍ବାଲିଟି ଇଣ୍ଡେକ୍ସ 400 ରୁ ଅଧିକ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ମାତ୍ରା ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ଲୋକଙ୍କୁ ନିଃଶ୍ବାସ ନେବାରେ ଅସୁବିଧା ହେଉଛି । ସେପଟେ ଶ୍ବାସରୋଗୀଙ୍କ କଥା ନକହିବା ଭଲ ।

ଦିଲ୍ଲୀ ସରକାରର ଶିକ୍ଷା ନିର୍ଦ୍ଦେଶାଳୟ ସର୍କୁଲାର ମୁତାବକ ଦିଲ୍ଲୀର ସମସ୍ତ ଘରୋଇ ଓ ସରକାରୀ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଅଭିଭାବକମାନେ ବାୟୁ ପ୍ରଦୂଷଣ ସମ୍ବନ୍ଧରେ ନିଜ ପିଲାଙ୍କୁ ଅବଗତ କରାନ୍ତୁ । ଯେ ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଛି ସେ ପର୍ଯ୍ୟନ୍ତ ଛୋଟ ପିଲାଙ୍କୁ ବାହାରେ ଖେଳ କୁଦ ଆଦି କାର୍ଯ୍ୟରୁ ଦୂରେଇ ରଖନ୍ତୁ । ଛୋଟଛୁଆଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏହି ସର୍କୁଲାର ଜାରି କରାଯାଇଥିବା ବେଳେ ଦିଲ୍ଲୀ ସରକାର ଶୁକ୍ରବାର ପ୍ରତ୍ୟେକ ସ୍କୁଲ ଛାତ୍ରଛାତ୍ରୀଙ୍କୁ 2-2 ଟି ମାସ୍କ ପ୍ରଦାନ କରିବେ । ଯଦ୍ବାରା ଘରୁ ସ୍କୁଲ ଯିବା ସମୟରେ ପିଲାମାନେ ଏହି ମାସ୍କ ବ୍ୟବହାର କରି ଯିବା ଆସିବା କରିପାରିବେ ।

Intro:नई दिल्ली. राजधानी में प्रदूषण के चलते बने दमघोंटू माहौल से बच्चों की तबीयत न बिगड़े, दिल्ली सरकार ने स्कूली बच्चों को इस प्रदूषण से बचाने के लिए एक सर्कुलर जारी किया है. जिसमें कहा गया है कि स्कूली बच्चों को स्कूल में इस समय आउटडोर एक्टिविटी न कराया जाए. Body:दिल्ली में प्रदूषण खतरनाक स्तर पर पहुंच गया है. गुरुवार को केंद्रीय प्रदूषण नियंत्रण बोर्ड  के आंकड़ों के मुताबिक एयर क्वालिटी इंडेक्स 400 से अधिक पहुंच गया जो एक खतरनाक स्तर है. प्रदूषण इतना हो गया है कि सांस लेने में लोगों को परेशानी हो रही है. अस्थमा मरीजों का बुरा हाल है.

दिल्ली सरकार के शिक्षा निदेशालय के सर्कुलर के मुताबिक दिल्ली के सभी निजी और सरकारी स्कूलों को निर्देश दिए गए हैं कि बच्चों के अभिभावकों को मौजूदा वायु प्रदूषण के प्रति जागरूक करें. अभिभावकों को समझाएं कि जब तक खतरनाक वायु प्रदूषण बना हुआ है तब तक बच्चों को आउटडोर एक्टिविटी से दूर रखें. मौजूदा प्रदूषण के बिगड़े स्तर में बच्चों की आउटडोर एक्टिविटी से उनको लंबे समय तक स्वास्थ्य नुकसान हो सकता है. अभिभावक ऐसे में बच्चों को हिफाज़त से रखें, उन्हें खेलने कूदने के लिए बाहर न भेजें. Conclusion:बता दें कि शुक्रवार को स्कूली बच्चों को सरकार मास्क भी बांटने जा रही है. सभी बच्चों को 2-2 मास्क दिया जाएगा, ताकि घर से स्कूल आने-जाने के क्रम में बच्चे इस्तेमाल कर सकें.

समाप्त, आशुतोष झा
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.