ନୂଆଦିଲ୍ଲୀ: ଜାରି ରହିଛି ଦିଲ୍ଲୀ ବିଧାନସଭାର ଭୋଟ ଗଣତି । ଏହି ପରିପ୍ରେକ୍ଷୀରେ କିଛି କିଛି ସ୍ଥାନରେ ଏହାର ଫଳାଫଳର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥିବାବେଳେ, କଂଗ୍ରେସ ପୁଣିଥରେ ନିଜର ପରାଜୟ ସ୍ବୀକାର କରିଛି। ଯାହାକୁ ନେଇ କଂଗ୍ରେସ ପାର୍ଟିର ପ୍ରବକ୍ତା ଓ ପୂର୍ବ ରାଷ୍ଟ୍ରପତି ପ୍ରବଣବ ମୁଖାର୍ଜିଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜି ମଙ୍ଗଳବାର ସ୍ବୀକାର କରି କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ପୁଣିଥରେ ତାର ସତ୍ତା ହରାଇଛି ।
ଫଳଫଳ ଆସିବା ପରେ ଶର୍ମିଷ୍ଠା ଟ୍ବିଟ କରି କହିଛନ୍ତି ଯେ, "ଦିଲ୍ଲୀରେ ପୁଣିଥରେ କଂଗ୍ରେସର ପତନ ହୋଇଛି, ଆତ୍ମସମୀକ୍ଷା ବହୁତ ହୋଇସାରିଛି, ଏବେ କାର୍ଯ୍ୟାନୁଷ୍ଠାନ ନେବାର ସମୟ । ଘଟଣାରେ ନିର୍ଣ୍ଣୟ ନେବାରେ ବିଳମ୍ବ, ରଣନୀତି ଓ ରାଜ୍ୟସ୍ତରରେ ଏକତାର ଅଭାବ, ହତୋତ୍ସାହିତ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ସ୍ତରରେ ଏକତାର ଅଭାବ ।
ଏହି ସବୁ କାରଣ ଯୋଗୁଁ, ଦଳର ପ୍ରବକ୍ତା ହୋଇଥିବାରୁ ମୁଁ ଏଥିପାଇଁ ନିଜକୁ ଦାୟୀ କରୁଥିବା ଶର୍ମିଷ୍ଠା ତାଙ୍କ ଟ୍ବିଟ ଜରିଆରେ କହିଛନ୍ତି ।
ସୌଜନ୍ୟ: IANS