ETV Bharat / bharat

AAP ହାତରେ 48 ସିଟ୍, ମନିଷ ସିସୋଦିଆ ବିଜୟୀ - delhi election results live counting of votes to begin shortly

ଜାରି ରହିଛି 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗଣତି। ଏବେସୁଦ୍ଧା ଆପକୁ 48ଟି ଆସନ ମିଳିଥିବାବେଳେ ବିଜେପି 6 ଆସନରେ ବିଜୟ ହାସଲ କରିଛି । ନୂଆଦିଲ୍ଲୀ ଆସନରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଜୟୀ ହେବା ସହ ମନିଷ ସିସୋଦିଆ ମଧ୍ୟ ବିଜୟୀ ହୋଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 11, 2020, 7:32 AM IST

Updated : Feb 11, 2020, 3:51 PM IST

ନୂଆଦିଲ୍ଲୀ: ଜାରି ରହିଛି ଭୋଟ୍ ଗଣତି । ଆଜି ସକାଳ ୮ଟାରେ ସମସ୍ତ ୭୦ଟି ବିଧାନସଭା ଲାଗି ମୋଟ୍ ୨୭ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି।

3.46PM । 11 ଫେବୃଆରୀ 2020

ଆପ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜନତାଙ୍କୁ ସମ୍ବୋଧନ.. ଭଗବାନ ହନୁମାନଙ୍କ ଦିଲ୍ଲୀକୁ ଆର୍ଶିବାଦ କରିଥିବାର କହିଛନ୍ତି । ଆଗାମୀ ପାଞ୍ଚ ବର୍ଷ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି...

3.26PM । 11 ଫେବୃଆରୀ 2020

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକର, ଡିଏମକେର ଏମକେ ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା, ଅରବିନ୍ଦ କେଜ୍ରିୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି..

3.02 PM । 11 ଫେବୃଆରୀ 2020

ବଦଳିଲା ସମୀକରଣ । ଦିଲ୍ଲୀର ପତପଡଗଞ୍ଜ ଆସନରୁ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ବାଜି ଜିତି ଯାଇଛନ୍ତି । ଏହାସହ ଆମ ଆଦମି ପାର୍ଟି 47 ଆସନରେ ବିଜୟ ହାସଲ କରିସାରିଥିବା ବେଳେ ବିଜେପି ହାତକୁ 6ଟି ଆସନ ଆସିଛି । ଅନ୍ୟପକ୍ଷେ କଂଗ୍ରେସର ଖାତା ଖୋଲିନାହିଁ ।

2.35 PM । 11 ଫେବୃଆରୀ 2020

ଦିଲ୍ଲୀ ବିଧାନସଭା ଆସନରେ ମତ ଗଣନା ଜାରି ରହିଥିବା ବେଳେ ଆମ ଆଦମି ପାର୍ଟିକୁ 42 ଆସନ ମିଳିଛି । ବିଜେପି ହାତକୁ 5 ଆସନ ଆସିଛି ।

2.24 PM । 11 ଫେବୃଆରୀ 2020

ଦିଲ୍ଲୀରେ ଦ୍ବିତୀୟ ବିଜେପି ପ୍ରାର୍ଥୀଙ୍କ ବିଜୟ । ବିଶ୍ବାସନଗରରୁ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ବିଜୟୀ । ଅନ୍ୟପକ୍ଷେ ପତପଡଗଞ୍ଜରୁ ମନିଷ ସିସୋଦିଆ 1800 ଭୋଟରେ ଆଗୁଆ ଅଛନ୍ତି । ଏଥିସହ ମୋଟ 37ଟି ଆସନରେ ଆମ ଆଦମି ପାର୍ଟି ବିଜୟ ହାସଲ କରିଥିବା ବେଳେ ବିଜେପିକୁ 5 ଆସନ ମିଳିଛି ।

2.00 PM । 11 ଫେବୃଆରୀ 2020

ଦିଲ୍ଲୀରେ ବୃହତ ବିଜୟ ଆଡକୁ ଆମ ଆଦମି ପାର୍ଟି ଅଗ୍ରସର । ଆମ ଆଦମି ପାର୍ଟିକୁ 20 ଆସନ ମିଳିଥିବାବେଳେ ବିଜେପି ଗୋଟିଏ ଆସନରେ ବିଜୟ ହାସଲ କରିଛି । ନୂଆଦିଲ୍ଲୀ ଆସନରୁ ଆପ ମୁଖିଆ ଅରବିନ୍ଦ କେଜ୍ରିଓ୍ବାଲ ବିଜୟୀ । ପତପଡଗଞ୍ଜ ଆସନରୁ ମନିଷ ସିସୋଦିଆ 779 ଭୋଟରେ ଆଗୁଆ । କଂଗ୍ରେସର ଖୋଲି ନାହିଁ ଖାତା ।

1.37 PM । 11 ଫେବୃଆରୀ 2020

ନୂଆଦିଲ୍ଲୀ ଆସନରୁ ଆପ ମୁଖିଆ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବୃହତ ବିଜୟ । ବର୍ତ୍ତମାନ ସୁଦ୍ଧା 43 ଆସନରେ ଆପ ଆଗୁଆ ଥିବା ବେଳେ 17 ଆସନରେ ବିଜେପି ଆଗରେ ରହିଛି ।

1.28 PM । 11 ଫେବୃଆରୀ 2020

ବର୍ତ୍ତମାନ ସୁଦ୍ଧା ମୋଟ 17ଟି ଆସନରେ ଆମ ଆଦମି ପାର୍ଟିର ବିଜୟ । କୋନ୍ଦଲିରୁ କୁଲଦୀପ କୁମାର, ରାଜିନ୍ଦ୍ର ନଗରରୁ ରାଜୀବ ଚଢା, ଗ୍ରେଟର କୈଳାସରୁ ସୌରଭ ଭରଦ୍ବାଜ, ଓଖଲାରୁ ଅମାନୁତୁଲ୍ଲା ଖାନ ବିଜୟ ହାସଲ କରିଛନ୍ତି ।

12.40 PM । 11 ଫେବୃଆରୀ 2020

ଆମ ଆଦମି ପାର୍ଟିରୁ ପୁଣି 7 ପ୍ରାର୍ଥୀଙ୍କ ବିଜୟ ହାସଲ । ତିଲକ ନଗରରୁ ଜର୍ନେଲ ସିଂହ, ବୁରାଡିରୁ ସଞ୍ଜୀବ ଝା, ବଲ୍ଲୀମରାନରୁ ଇମ୍ରାନ ହୁସେନ, ମଟିଆ ମହଲରୁ ସୋଏବ ଇକବାଲ, ସାଲିମାରବାଗରୁ ବନ୍ଦନା କୁମାରୀ, ତ୍ରୀ ନଗରରୁ ପ୍ରିତି ତୋମାର, ଆମ୍ବେଦକର ନଗରରୁ ଅଜୟ ଦତ୍ତ ବାଜୟୀ ହୋଇଛନ୍ତି । ଦିଲ୍ଲୀରେ କେଜ୍ରିଓ୍ବାଲ ସରକାର ଗଠନ ହେବାକୁ ଯାଉଥିବା ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର ।

12.34 PM । 11 ଫେବୃଆରୀ 2020

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟିର 3 ଜଣ ପ୍ରାର୍ଥୀଙ୍କ ବିଜୟ । ସୀଲମପୁରରୁ ଆପ ପ୍ରାର୍ଥୀ ଅବଦୁଲ ରହେମାନ, ଦେଓଲୀରୁ ପ୍ରକାଶ ଜରଓ୍ବାଲ ଓ ସଙ୍ଗମ ବିହାରରୁ ମଧ୍ୟ ଆପ ପ୍ରାର୍ଥୀ ଦିନେଶ ମୋହନିୟା ବିଜୟ ହାସଲ କରିଛନ୍ତି । ସେହିପରି ମୁସ୍ତଫାବାଦରୁ ବିଜେପି ପ୍ରାର୍ଥୀ ଜଗଦୀଶ ପ୍ରଧାନ ବିଜୟୀ ହୋଇଛନ୍ତି ।

12.13 PM । 11 ଫେବୃଆରୀ 2020

ଦିଲ୍ଲୀ ବିଧାନସଭା ନିର୍ବାଚନର ମତ ଗଣନା ଜାରି ରହିଥିବାବେଳେ ଆମ ଆଦମି ପାର୍ଟିର ଅର୍ଦ୍ଧ ଶତକ ପୁରା ହୋଇସାରିଛି । 57ଟି ସିଟରେ ଆଗୁଆ ରହିଛି ଆପ । ସେହିପରି ବିଜେପି 14ଟି ଆସନରେ ଆଗରେ ଅଛି । 15ଶହ ଭୋଟ ପଛରେ ଚାଲିଛନ୍ତି ମନିଷ ସିସୋଦିଆ । ଫଳାଫଳ ଚମତ୍କାର ହେବ ବୋଲି ବିଜେପି କହିଥିବାବେଳେ ଦିଲ୍ଲୀ ଦଖଲ ନେଇ ଏବେ ବି ଆଶାବାଦୀ ରହିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ବାରୀ ।

11.40 AM । 11 ଫେବୃଆରୀ 2020

ନିର୍ବାଚନୀ ଆୟୋଗଙ୍କ ଜାରି ଲିଷ୍ଟ ଅନୁସାରେ ଟ୍ରେଣ୍ଡିଂରେ ଆମ ଆଦମି ପାର୍ଟି 55 ଓ ବିଜେପି 15ଟି ଆସନରେ ଆଗୁଆ ଅଛି । ଆପ ଓ ବିଜେପି ମଧ୍ୟରେ ଭୋଟ ସେୟାରର ଅନ୍ତର ମାତ୍ର 10 ପ୍ରତିଶତ ରହିଛି । ଅନ୍ୟପକ୍ଷେ ପତପଡଗଞ୍ଜରେ ଆପ ଉପମୁଖ୍ୟମନ୍ତ୍ରୀ 754 ଭୋଟରେ ପଛରେ ଅଛନ୍ତି ।

11.15 AM । 11 ଫେବୃଆରୀ 2020

ଜାରି ରହିଛି ଦିଲ୍ଲୀ ନିର୍ବାଚନ ପାଇଁ ମତ ଗଣନା । ଦ୍ବିତୀୟ ରାଉଣ୍ଡର ମତ ଗଣନା ଚାଲୁ ରହିଛି । ଆମ ଆଦମି ପାର୍ଟି 52 ଆସନରେ ଆଗରେ ଥିବାବେଳେ ବିଜେପି 18ରେ ପହଞ୍ଚିଛି । କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ପୂର୍ବ ସ୍ଥିତିରେ ରହିଛି । ଅନ୍ୟପକ୍ଷେ ପତପଡଗଞ୍ଜ ଆସନରୁ ଆପ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଇଁ ବିପଦର ସଙ୍କେତ । ବର୍ତ୍ତମାନ ସୁଦ୍ଧା ସିସୋଦିଆ 4945 ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରବି ନେଗିଙ୍କଠାରୁ 38 ଆସନ ପଛରେ ଅଛନ୍ତି ।

9.25 AM । 11 ଫେବୃଆରୀ 2020

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଗଣନା ଜାରି ରହିଛି । ବର୍ତ୍ତମାନର ଟ୍ରେଣ୍ଡିଂ ଅନୁସାରେ କଂଗ୍ରେସ ଦଳ ଦିଲ୍ଲୀରେ ପରାଜୟ ସ୍ବୀକାର କରିସାରିଲାଣି । କୌଣସି ବି ଗୋଟିଏ ଆସନରେ ଖୋଲିନାହିଁ କଂଗ୍ରେସର ଖାତା । 70ଟି ଆସନରେ ଟ୍ରେଣ୍ଡ ଆସି ସାରିଥିବା ବେଳେ 52ରେ ଆପ ଓ 17ଟିରେ ବିଜେପି ଆଗରେ ଅଛି । ଟ୍ରେଣ୍ଡିଂରେ ବିଜେପିର ସିଟ୍‌ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି ।

9.50 AM । 11 ଫେବୃଆରୀ 2020

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନୂଆଦିଲ୍ଲୀ ବିଧାନସଭା ଆସନରୁ 2000 ଭୋଟରେ ଆଗରେ ଅଛନ୍ତି । ଏହାସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡରେ ଆପ 51 ଓ ବିଜେପି 18ଟି ଆସନରେ ଆଗରେ ଅଛି । ଆପ ପ୍ରାର୍ଥୀ ଆତିଶୀ ପଛରେ ଅଛନ୍ତି । ସେହିପରି ବଲିମାରାନ ଆସନରୁ ବିଜେପି ପ୍ରାର୍ଥୀ ଆଗରେ ଥିବା ଜଣାପଡିଛି ।

9.40 AM । 11 ଫେବୃଆରୀ 2020

ଦିଲ୍ଲୀରେ 1 ଘଣ୍ଟାରୁ ଅଧିକ ସମୟ ହେବ ବିଧାନସଭା ନିର୍ବାଚନ ପାଇଁ ମତଗଣନା ଜାରି ରହିଛି । ସମସ୍ତ 70ଟି ଆସନରେ ଟ୍ରେଣ୍ଡ ଆସି ସାରିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ଆମ ଆଦମି ପାର୍ଟି 51 ସିଟ୍‌ରେ ଆଗରେ ଥିବାବେଳେ ବିଜେପି 18ଟି ଆସନରେ ଲିଡ୍‌ କରୁଛି । ଅନ୍ୟପକ୍ଷେ କଂଗ୍ରେସ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ବି ଖାତା ଖୋଲିନାହିଁ । ସେହିପରି ନିର୍ଦ୍ଦଳୀୟକୁ ହାତକୁ 1 ଆସନ ଯାଇଛି । ଗତ ନିର୍ବାଚନରେ ବିଜେପି 3ଟି ଆସନରେ ଜିତି ଥିବାବେଳେ ଏଥର ବିଜେପିର ପ୍ରଦର୍ଶନ ଭଲ ରହିଛି ।

9.05 AM । 11 ଫେବୃଆରୀ 2020

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଛି । 70 ଆସନରୁ 67ଟି ଆସନର ଟ୍ରେଣ୍ଡ ଆସି ସାରିଛି । 53ଟିରେ ଆମ ଆଦମି ପାର୍ଟି ଆଗରେ ରହିଥିବାବେଳେ ବିଜେପି 14ରେ ଅଟକିଛି । କଂଗ୍ରେସର ଖାତା ଖୋଲିନାହିଁ । ଚାନ୍ଦିନୀଚୌକରୁ ଅଳକାଲାମ୍ବା ଓ ମଡେଲଟାଉନରୁ ବିଜେପି ପ୍ରାର୍ଥୀ କପିଲ ମିଶ୍ର ପଛରେ ଚାଲିଛନ୍ତି । ଟ୍ରେଣ୍ଡରେ ଆପ ପ୍ରାର୍ଥୀ ଅମାନୁତୁହ୍ଲା ଆଗରେ ଅଛନ୍ତି ।

9.01 AM । 11 ଫେବୃଆରୀ 2020

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଟ୍ରେଣ୍ଡରେ ଆମ ଆଦମି ପାର୍ଟିକୁ ବହୁମତ । ଆପ 48 ଆସନରେ ଆଗୁଆ ରହିଛି । ବିଜେପିକୁ 14 ଆସନ ମିଳିଥିବାବେଳେ କଂଗ୍ରେ୍ସର ଖାତା ଖୋଲି ନାହିଁ । ସେହିପରି ଅନ୍ୟ ହାତକୁ 1 ଆସନ ମିଳିଛି । ଆମ ଆଦମି ପାର୍ଟି କାର୍ଯ୍ୟାଳୟରେ ଖୁସିର ମାହୋଲ । ଏପରି ସ୍ଥିତିରେ ଆପ ମୁଖ୍ୟାଳୟ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ।

8.54 AM । 11 ଫେବୃଆରୀ 2020

ଦିଲ୍ଲୀ ବିଧାନସଭା ନିର୍ବାଚନର 70ରୁ 60ଟି ଆସନରେ ଟ୍ରେଣ୍ଡ ଆସି ସାରିଛି । ବର୍ତ୍ତମାନ ସୁଦ୍ଧା ଆମ ଆଦମି ପାର୍ଟିକୁ 47 ଆସନ ମିଳିଥିବା ବିଜେପି 13 ଆସନରେ ଆଗରେ ଅଛି । ଅନ୍ୟପକ୍ଷେ କଂଗ୍ରେସ ଖାତା ଖୋଲିନାହିଁ । ଏହା ପ୍ରାଥମିକ ଟ୍ରେଣ୍ଡ । କିଛି ଘଣ୍ଟା ପରେ ଚିତ୍ର ସ୍ପଷ୍ଟ ହେବ ।

ଆଜି (ମଙ୍ଗଳବାର) ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ 11ଟି ଜିଲ୍ଲାର 21ଟି ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣତି ବ୍ୟବସ୍ଥା କରାଯାଇଛି । ସକାଳ 10 ଟା ସୁଦ୍ଧା କେଉଁ ଆସନରେ କିଏ ଆଗୁଆ ରହିଛି ତାହାର ଚିତ୍ର ସାମ୍ନାକୁ ଆସିଯିବ ବୋଲି ଆଶା କରାଯାଉଛି।

ଚଳିତ ନିର୍ବାଚନରେ ମତଦାନ ହାର ମୋଟ 62.59 ପ୍ରତିଶତ ରହିଛି । 2015 ବିଧାନସଭା ନିର୍ବାଚନ ମତଦାନ ଠାରୁ 5 ପ୍ରତିଶତ ମତଦାନ ହାର କମ୍‌ ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ 2015ରେ ଅନୁଷ୍ଠିତ ନିର୍ବାଚନରେ ଆପ୍‌କୁ 67 ଟି ଆସନ ମିଳିଥିବା ବେଳେ ବିଜେପିକୁ 3ଟି ଆସନ ମିଳିଥିଲା। କଂଗ୍ରେସ ଖାତା ଖୋଲି ପାରି ନଥିଲା । ଚଳିତ ନିର୍ବାଚନରେ ଏଗଜିଟ୍‌ ପୋଲ ଆପ୍‌ ପୁଣି ଥରେ ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରିଛି ।

Intro:Body:

blank

Conclusion:
Last Updated : Feb 11, 2020, 3:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.