ETV Bharat / bharat

ଆପ୍ ବିଧାୟକଙ୍କୁ ଦାୟୀ କରି ଦିଲ୍ଲୀ ଡାକ୍ତରଙ୍କ ଆତ୍ମହତ୍ୟା

ଶନିବାର ଦିନ ଦିଲ୍ଲୀର ଜଣେ ଡାକ୍ତର ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ଦ୍ୱାରା ନିର୍ଯ୍ୟାତନା ହେତୁ ଆତ୍ମହତ୍ୟା କରିଥିବା ପୋଲିସ କହିଛି।

_sucide
ଆପ୍ ବିଧାୟକଙ୍କୁ ଦାୟୀ କରି ଦିଲ୍ଲୀ ଡାକ୍ତରଙ୍କ ଆତ୍ମହତ୍ୟା
author img

By

Published : Apr 19, 2020, 10:35 AM IST

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ଡାକ୍ତରଙ୍କ ଆତ୍ମହତ୍ୟା । ଶନିବାର ଦିନ ଦିଲ୍ଲୀର ଜଣେ ଡାକ୍ତର ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ଦ୍ୱାରା ନିର୍ଯ୍ୟାତନା ହେତୁ ଆତ୍ମହତ୍ୟା କରିଥିବା ପୋଲିସ କହିଛି।

ସୂଚନା ଅନୁଯାୟୀ, ମୃତ ଡାକ୍ତର ଜଣଙ୍କ ନାମ ରାଜେନ୍ଦ୍ର ସିଂ ହୋଇଥିବା ବେଳେ ସେ ଦିଲ୍ଲୀର ନବ ସରାଇ ଅଞ୍ଚଳର ବାସିନ୍ଦା ଥିଲେ । ତେବେ ସେ ଗତ ଶନିବାର ତାଙ୍କ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ପୋଲିସ କହିଛନ୍ତି । ଆତ୍ମହତ୍ୟା ପୂର୍ବରୁ ସେ ଛାଡିଯାଇଥିବା ଦୁଇ ପୃଷ୍ଠାର ନୋଟରେ ଲେଖିଛନ୍ତି ଯେ, ଶାସକ ଦଳର ନେତା ତଥା ତାଙ୍କ ସହଯୋଗୀ ତାଙ୍କଠାରୁ ଟଙ୍କା ଲୁଟିବାକୁ ଚେଷ୍ଟା କରୁଥିଲେ । ଯେତେବେଳେ ସେ ଦେୟ ଦେବାକୁ ମନା କରିଥିଲେ ସେତେବେଳେ ସେମାନେ ତାଙ୍କ ବ୍ୟବସାୟିକ ସ୍ୱାର୍ଥକୁ ଟାର୍ଗେଟ କରିଥିଲେ।

ସେ ତାଙ୍କ ମୃତ୍ୟୁ ପାଇଁ ଦେବଲି ବିଧାୟକ ପ୍ରକାଶ ଜରୱାଲ ଏବଂ ତାଙ୍କ ସହଯୋଗୀ କପିଲ ନାଗରଙ୍କୁ ଦାୟୀ କରିଥିବା ପୋଲିସ କହିଛନ୍ତି । ଏଥିସହ ପୋଲିସ ତାଙ୍କର ଏକ ବ୍ୟକ୍ତିଗତ ଡାଏରୀ ମଧ୍ୟ ଉଦ୍ଧାର କରଛନ୍ତି । ଯେଉଁଥିରେ ସେ ତାଙ୍କୁ ଦିଆଯାଇଥିବା ନିର୍ଯାତନା ସମ୍ପର୍କରେ ଲେଖିଛନ୍ତି।

ଡାଏରୀରେ ସେ ଲେଖିଛନ୍ତି ଯେ, ଦିଲ୍ଲୀ ଜଲ ବୋର୍ଡକୁ ତାଙ୍କ ଟ୍ୟାଙ୍କର୍ ଭଡା ଦେଇଛନ୍ତି ଏବଂ ଶ୍ରୀ ଜରୱାଲ ଏଥିପାଇଁ ଟଙ୍କା ମାଗିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ବିଧାୟକଙ୍କୁ ଦେୟ ଦେବାକୁ ମନା କରିଥିଲେ ସେତେବେଳେ ଟ୍ୟାଙ୍କରଗୁଡ଼ିକୁ ଡିଜେବି ସେବାରୁ ହଟାଇ ଦିଆଯାଇଥିଲା। ଏଥିସହ ତାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଉଥିଲା ।

ଏପଟେ ଡାକ୍ତରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଯାଇଥିବା ବେଳେ ଦେଓଲି ବିଧାୟକ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.