ନୂଆଦିଲ୍ଲୀ: ଅସୁସ୍ଥତା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । 14 ସେପ୍ଟେମ୍ବରରେ ସିସୋଦିଆ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ସେ ହୋମ ଆଇସୋଲେସନରେ ରହିଥିଲେ । ତେବେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଏଲଏନଜିପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେପ୍ଟେମ୍ବର 14ରେ ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେ କୋଭିଡ ପରୀକ୍ଷା କରାଇଥିବା ବେଳେ ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଥିଲେ ମନୀଷ ।
ମନୀଷ ନିଜ ଟ୍ବିଟରରେ ଲେଖିଥିଲେ, ସମସ୍ତଙ୍କ ଆଶୀର୍ବାଦ କାରଣରୁ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବି । ଆମ ଆଦମୀ ପାର୍ଟିର 3 ବିଧାୟକ ଗିରିଶ ସୋନୀ, ପ୍ରମିଳା ଟୋକସ ଓ ବିଶେଷ ରବି ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହାସହ ଦିଲ୍ଲୀ ବିଧାନସଭାର 3 କର୍ମଚାରୀ ମଧ୍ୟ କୋରୋନା ପଜିଟିଭ ହୋଇଥିବା ଜଣାପଡିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ