ETV Bharat / bharat

ନିର୍ଭୟା ଦୋଷୀଙ୍କ ପାଇଁ ଜାରି ହେବ ନୂଆ ଡେଥ୍‌ ଓ୍ବାରେଣ୍ଟ ? ଆଜି ଶୁଣାଣି - ନିର୍ଭୟା ମାମଲା

ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିବା ଆବେଦନ ଉପରେ ଆଜି(ସୋମବାର) ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହେବ । ଅଧିକ ପଢନ୍ତୁ...

death-warrant
ନିର୍ଭୟା ଦୋଷୀ
author img

By

Published : Feb 17, 2020, 8:14 AM IST

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିବା ଆବେଦନ ଉପରେ ଆଜି(ସୋମବାର) ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହେବ । ସେମାନଙ୍କ ବିରୋଧରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ନିର୍ଭୟାଙ୍କ ମାତା-ପିତା ଏବଂ ଦିଲ୍ଲୀ ସରକାର କୋର୍ଟରେ ଆବେଦନ କରିଥିଲେ । ତେବେ ଦୋଷୀ ପବନକୁ ଅଦାଲତଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନୂଆ ଓକିଲ ଆଜି ପ୍ରଥମ ଥର ପାଇଁ ତା'ର ପକ୍ଷ ରଖିବେ । ସେପଟେ ଦୋଷୀଙ୍କୁ ଖୁବ୍‌ ଶୀଘ୍ର ଫାଶୀଖୁଣ୍ଟରେ ଝୁଲାଇବାର ନିର୍ଦ୍ଦେଶ ଦେବା ପାଇଁ ନିର୍ଭୟାଙ୍କ ମାତା-ପିତା କୋର୍ଟରେ ଗୁହାରି କରିବେ ।

ଏହା ପୂର୍ବରୁ ନିର୍ଭୟା ମାମଲାରେ ଦୋଷୀଙ୍କ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିବା ନେଇ ନିର୍ଭୟା ମାତା ପିତାଙ୍କ ଆବେଦନର ଶୁଣାଣିକୁ ସୋମବାର ଯାଏଁ ସ୍ଥଗିତ ରଖିଥିଲେ ପଟିଆଲା ହାଉସକୋର୍ଟ । ସୁପ୍ରିମକୋର୍ଟରେ ଦୋଷୀ ବିନୟ ଶର୍ମାର ଦୟା ଯାଚିକା ବିଚାରଧୀନ ଥିବାରୁ କୋର୍ଟ ଏଭଳି ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ ଯେ, ନିର୍ଭୟାଙ୍କ 4 ଦୋଷୀଙ୍କ ମଧ୍ୟରୁ 3 ଦୋଷୀ ବିନୟ, ମୁକେଶ ଏବଂ ଅକ୍ଷୟର ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇସାରିଛି । କିନ୍ତୁ ଚତୁର୍ଥ ଦୋଷୀ ପବନ ପାଖରେ ଏବେ ମଧ୍ୟ କ୍ୟୁରେଟିଭ ଏବଂ ରାଜକ୍ଷମା ଆବେଦନର ବିକଳ୍ପ ରହିଛି । ସେପଟେ ଗତ ଫେବୃଆରୀ 5 ତାରିଖରେ ହାଇକୋର୍ଟ ସମସ୍ତଙ୍କୁ ସପ୍ତାହକ ମଧ୍ୟରେ ଆଇନଗତ ବିକଳ୍ପ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ଅବଧି ମଧ୍ୟରେ ପବନ ପକ୍ଷରୁ କୌଣସି ଆବେଦନ କରାଯାଇନାହିଁ । ତେଣୁ ଏହି ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ପଟିଆଲା ହାଉସ କୋର୍ଟ ଆଜି ନୂଆ ଡେଥ୍‌ ୱାରେଣ୍ଟ ଜାରି କରିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.