ETV Bharat / bharat

ଶଶୀଙ୍କୁ ଅଦାଲତର ସମନ

ମାନହାନି ମାମଲାରେ ଦିଲ୍ଲୀର ଏକ ଅଦାଲତ ଶଶୀ ଥରୁରଙ୍କୁ ନୋଟିସ ଜାରି କରିଛନ୍ତି । ଜୁନ 7 ତାରିଖ ପୂର୍ବରୁ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଫାଇଲ ଫଟୋ
author img

By

Published : Apr 28, 2019, 9:28 AM IST

ନୂଆଦିଲ୍ଲୀ: ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ସାଂସଦ ଶଶୀ ଥରୁର । ମାନହାନୀ ମାମଲାରେ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ନୋଟିସ ଜାରି କରିଛନ୍ତି । ତେବେ ଜୁନ 7 ତାରିଖ ପୂର୍ବରୁ ତାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଶଶୀ ଥରୁର ବେଙ୍ଗାଲୁରୁରେ ଆୟୋଜିତ ଏକ ଲିଟରେଚର ଫେଷ୍ଟିବାଲରେ ମୋଦିଙ୍କ ବିରୋଧରେ ଆପତ୍ତିଜନକ ବୟାନବାଜି କରିଥିଲେ । ମୋଦି ଆରଏସଏସର ଶିବଲିଙ୍ଗ ଉପରେ ବସିଥିବା ଏକ ବିଛା ଭଳି । ତାଙ୍କୁ ନା ହାତରେ ବାହାର କରିହେବ ନା ଚପଲରେ ମାରି ହେବ ବୋଲି ସେ କହିଥିଲେ । ତେବେ ଏନେଇ ବିଜେପି ନେତା ରାଜୀବ ବବର ଥରୁରଙ୍କ ବିରୋଧରେ ଅପରାଧୀକ ମାନହାନି ମାମଲା ରୁଜୁ କରିଥିଲେ । ଥରୁର ତାଙ୍କ ଧାର୍ମିକ ଭାବନାକୁ ଆଘାତ କରିଥିବା ସେ ଦର୍ଶାଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.