ETV Bharat / bharat

ସରଜିଲଙ୍କୁ ପୋଲିସ ରିମାଣ୍ଡରେ ପଠାଇଲେ ଦିଲ୍ଲୀ କୋର୍ଟ

ସରଜୀଲ ଇମାମକୁ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ । ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ସରଜିଲକୁ ପଚରାଉଚରା ପାଇଁ ଗୋଟେ ଦିନ ରିମାଣ୍ଡରେ ପଠାଇଛି ଦିଲ୍ଲୀ କୋର୍ଟ । ଅଧିକ ପଢନ୍ତୁ...

author img

By

Published : Feb 18, 2020, 3:12 AM IST

Sharjeel Imam to one-day police custody
ଫଟୋ ସୌଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀ: ସରଜିଲ ଇମାମକୁ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ । ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ସରଜିଲକୁ ପଚରାଉଚରା ପାଇଁ ଗୋଟେ ଦିନ ରିମାଣ୍ଡରେ ପଠାଇଛି ଦିଲ୍ଲୀ କୋର୍ଟ । ଡିସେମ୍ବର 15ରେ CAAକୁ ନେଇ ଦେଇଥିବା ହିଂସାତ୍ମକ ବୟାନକୁ ଆଧାର କରି ସରଜିଲଙ୍କୁ ଗିରଫ କରାଯାଇଥିଲା ।

ମାମଲାରେ ସମ୍ପୃକ୍ତ ଅନ୍ୟଜଣେ ଆରୋପି ସରଜିଲଙ୍କ ଭାଷଣ ଦ୍ବାରା ପ୍ରଭାବିତ ହୋଇଥିବା ଦିଲ୍ଲୀ ପୋଲିସ ଅଭିଯୋଗ ଆଣିଥିଲା । ଏହାପରେ ସରଜିଲଙ୍କୁ ପୋଲିସ ରିମାଣ୍ଡରେ ପଠାଇଛନ୍ତି ମୁଖ୍ୟ ମେଟ୍ରୋ ପୋଲିଟାନ ମାଜିଷ୍ଟ୍ରେଟ ଗୁରମୋହିନା କୌର ।

ଜାମିଆ ମିଲିଆ ଇସଲାମିଆରେ ବିବାଦୀୟ ବୟାନ ଦେଇ ଜାନୁଆରୀ 28ରେ ବିହାରରୁ ଗିରଫ ହୋଇଥିଲେ ଶରଜୀଲ । ଏହା ପୂର୍ବରୁ ଜାନୁଆରୀ 26 ରେ ଶାହିନବାଗରେ ମଧ୍ୟ ଏନଆରସି ଓ ସିଏଏକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାପରେ ତାଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.