ETV Bharat / bharat

ପୂର୍ବତନ ଆପ କାଉନସିଲର ତାହିର ହୁସେନଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ

author img

By

Published : May 3, 2020, 1:28 AM IST

ପୂର୍ବତନ ଆପ କାଉନସିଲର ତାହିର ହୁସେନଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ । ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ଘଟଣାରେ ଛନ୍ଧି ହୋଇଛନ୍ତି ତାହିର । ଅଧିକ ପଢ଼ନ୍ତୁ...

Delhi Court rejects the bail plea of Tahir Hussain
ପୂର୍ବତନ ଆପ କାଉନସିଲର ତାହିର ହୁସେନଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ପୂର୍ବତନ ଆପ କାଉନସିଲର ତାହିର ହୁସେନଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ । ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାହିର ହୁସେନଙ୍କୁ ଗତ ଏପ୍ରିଲ 22 ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ତାଙ୍କୁ ଅଟକ ରଖି ଥିଲା । ଦିଲ୍ଲୀ ହିଂସାକାଣ୍ଡ ସମୟରେ ତାହିରଙ୍କ ଘର ଉପରୁ ପଥର ମାଡ, ପେଟ୍ରୋଲ ବୋମା ଓ ଏସିଡ ଫିଙ୍ଗା ଯାଉଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏପରିକି, ତାଙ୍କ ଘରର ଛାତ ଉପରେ ଅନେକ ପେଟ୍ରୋଲ ବୋମା ଜବତ କରାଯାଇଥିଲା । ପରେ ତାଙ୍କ ଘରକୁ ସିଲ ମଧ୍ୟ କରାଯାଇଥିଲା ।

ସେପଟେ, ଇଣ୍ଟେଲିଜେନ୍ସ ବ୍ୟୁରୋ କର୍ମଚାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ଦଙ୍ଗା ପ୍ରଭାବିତ ହୋଇଥିବା ଇଲାକାର ଏକ ନାଳରୁ ଉଦ୍ଧାର କରାଯାଇଥିଲା । ଅଙ୍କିତଙ୍କ ପରିବାର ସଦସ୍ୟ ତାହିର ହୁସେନଙ୍କୁ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି କହିଥିଲେ । ଏହାସହ ହତ୍ୟା ମାମଲାରେ ଓ ଘର ଛାତ ଉପରେ ହିଂସାରେ ବ୍ୟବହୃତ ସାମାନ ମିଳିବା ଆଦି ମାମଲାରେ ତଦନ୍ତ ଆରମ୍ଭ କରି ଥିଲା ପୋଲିସ । ତେବେ ଦିଲ୍ଲୀ ହିଂସାକାଣ୍ତରେ 50ରୁ ଅଧିକ ଲୋକଙ୍କୁ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ ।

ସୌଜନ୍ୟ @ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.