ETV Bharat / bharat

INX ମିଡିଆ ମାମଲା, ଡିସେମ୍ବର 11 ଯାଏଁ ତିହାର ଜେଲରେ ରହିବେ ଚିଦାମ୍ବରମ - ଚିଦାମ୍ବରମଙ୍କ ବଢିଲା ହାଜତ ମିଆଦ

ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା  କଂଗ୍ରେସର ବରିଷ୍ଠ ନେତା ପି.ଚିଦମ୍ବରମଙ୍କ ହାଜତ ମିଆଦ 11 ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

chidambarams judicial custody till december
ଡିଜାଇନ ଫଟୋ
author img

By

Published : Nov 27, 2019, 10:57 PM IST

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦମ୍ବରମଙ୍କ ସମସ୍ୟା ଶେଷ ହେବାର ନା ନେଉନାହିଁ । ପୁଣି ବଢିଲା ଅଡୁଆ । ଆଉ 14 ଦିନ ଜେଲରେ ରହିବେ ପି. ଚିଦାମ୍ବରମ । ସୁପ୍ରିମକୋର୍ଟରେ ବୁଧବାର ତାଙ୍କ ଶୁଣାଣି ଟାଳିବା ପରେ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ତାଙ୍କ ନ୍ୟାୟିକ ହାଜତ ମିଆଦକୁ ପୁଣି ଥରେ ବଢାଇଦେଇଛନ୍ତି । ଆଇଏନଏକ୍ସ ମିଡିଆ ମାମଲାରେ ତାଙ୍କ ହାଜତ ମିଆଦ 11 ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

chidambarams judicial custody till december
ଫଟୋ ସୌଜନ୍ୟ: ଏଏନଆଇ

ଏହା ପୂର୍ବରୁ ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ଚିଦାମ୍ବରମଙ୍କର ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ଉପରେ ଗୁରୁବାର ଯାଏଁ ସ୍ଥଗିତ ରଖିଛନ୍ତି । ଏହି ମାମାଲା ଇଡି ପକ୍ଷରୁ ରୁଜୁ କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ଆଇଏନଏକ୍ସ ମିଡିଆ ମାମଲାରେ 2017 ମେ 15 ତାରିଖରେ ଇଡି ଏକ ମାମଲା ଦାଖଲ କରିଥିଲା । ଇଡି ଦ୍ବାରା ଦାଏର କରାଯାଇଥିବା ମାମଲାରେ ଦର୍ଶାଯାଇଛି, ଆଇଏନଏକ୍ସ ମିଡିଆ ପ୍ରାଇଭେଟ ଲିମିଟେଡ୍‌ରେ 4.62କୋଟି ଟଙ୍କାର ସ୍ବୀକୃତ ବିଦେଶୀ ପୁଞ୍ଜି ନିବେଶ ସ୍ଥାନରେ 305କୋଟିର ବିଦେଶୀ ପୁଞ୍ଜି ନିବେଶ ହୋଇଥିଲା । ଯାଞ୍ଚ ପରେ ଏହି ମାମଲାରେ ଫସିଛନ୍ତି INX Media Pvt Ltd ର ନିର୍ଦ୍ଦେଶକ ଇନ୍ଦ୍ରୀଣୀ ମୁଖାର୍ଜୀ ଓ ପିଟର ମୁଖାର୍ଜୀ, ପି. ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ବରମ । ୨୦୧୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘଟଣାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା । ଏହାପରେ ଚିଦାମ୍ବରମଙ୍କୁ ଜେରା କରିବାକୁ ସମନ କରିଥିଲା । ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.