ETV Bharat / bharat

ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର, 712 ତବଲିଗୀ ଜମାତ ଫେରନ୍ତା

author img

By

Published : Apr 12, 2020, 12:21 PM IST

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଥମିବାର ନା ନେଉନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ଦିଲ୍ଲୀରେ 166 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 128 ଜଣ ତବଲିଗୀ ଜମାତ ଫେରନ୍ତା ଥିବା ଜଣାପଡିଛି ।

_delhi corona upadate
ଦିଲ୍ଲୀରେ 1000 ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଥମିବାର ନା ନେଉନି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ଦିଲ୍ଲୀରେ 166 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 128 ଜଣ ତବଲିଗୀ ଜମାତ ଫେରନ୍ତା ଥିବା ଜଣାପଡିଛି ।

ତେବେ ଏହାକୁ ମିଶାଇ ଦିଲ୍ଲୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1069ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 712 ଜଣ ତବଲିଗୀ ଜମାତର ଥିବା ଜଣାପଡିଛି । ଏଥିସହ ଦିଲ୍ଲୀରେ ଗତ 24 ଘଣ୍ଟାରେ 5 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏଥିସହ ଦିଲ୍ଲୀରେ ମୋଟ 19 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ମେଡିକାଲରେ 1635 ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 1023 ଜଣଙ୍କ ରିପୋର୍ଟ ପଜେଟିଭ ଆସିଛି । ତେବେ 54 ଜଣ ଆକ୍ରାନ୍ତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ 8 ଜଣ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 8356 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 716 ଆକ୍ରାନ୍ତ ସୁସ୍ଥ ଥିବାଜଣାପଡିଛି ।ଏଥିସହ ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା 273ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.