ETV Bharat / bharat

JEE-NEET ପରୀକ୍ଷା ସ୍ଥଗିତ ରଖିବାକୁ ଦିଲ୍ଲୀ କଂଗ୍ରେସର ଜୋରଦାର ବିରୋଧ ପ୍ରଦର୍ଶନ - jee

JEE-NEET ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ଆଜି ଦିଲ୍ଲୀ ପ୍ରଦେଶ କଂଗ୍ରେସ ଶାସ୍ତ୍ରୀ ଭବନରେ ଏକ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି । ସେଠାରେ ଉପସ୍ଥିତ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ର ସରକାର ଏବଂ ବିଜେପି ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନକୁ ଅନୁମତି ନଦେଇ କଂଗ୍ରେସ ରାଜ୍ୟ ସଭାପତି ଚୌଧୁରୀ ଅନିଲ କୁମାରଙ୍କ ସମେତ ଶତାଧିକ କର୍ମଚାରୀଙ୍କୁ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସାମରିକ ବାହିନୀ ଗିରଫ କରିଛନ୍ତି ।

JEE-NEET ପରୀକ୍ଷା ସ୍ଥଗିତ ରଖିବାକୁ ଦିଲ୍ଲୀ କଂଗ୍ରେସର ଜୋରଦାର ବିରୋଧ ପ୍ରଦର୍ଶନ

author img

By

Published : Aug 28, 2020, 2:50 PM IST

ନୂଆଦିଲ୍ଲୀ: JEE-NEET ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ଆଜି ଦିଲ୍ଲୀ ପ୍ରଦେଶ କଂଗ୍ରେସ ଶାସ୍ତ୍ରୀ ଭବନରେ ଏକ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି । ସେଠାରେ ଉପସ୍ଥିତ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ର ସରକାର ଏବଂ ବିଜେପି ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନକୁ ଅନୁମତି ନଦେଇ କଂଗ୍ରେସ ରାଜ୍ୟ ସଭାପତି ଚୌଧୁରୀ ଅନିଲ କୁମାରଙ୍କ ସମେତ ଶତାଧିକ କର୍ମଚାରୀଙ୍କୁ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସାମରିକ ବାହିନୀ ଗିରଫ କରିଛନ୍ତି ।

JEE-NEET ପରୀକ୍ଷା ସ୍ଥଗିତ ରଖିବାକୁ ଦିଲ୍ଲୀ କଂଗ୍ରେସର ଜୋରଦାର ବିରୋଧ ପ୍ରଦର୍ଶନ
JEE-NEET ପରୀକ୍ଷା ସ୍ଥଗିତ ରଖିବାକୁ ଦିଲ୍ଲୀ କଂଗ୍ରେସର ଜୋରଦାର ବିରୋଧ ପ୍ରଦର୍ଶନ

ଶାସ୍ତ୍ରୀ ଭବନ ନିକଟରେ ବିରୋଧ କରିବାକୁ ଆସିଥିବା କଂଗ୍ରେସ କର୍ମୀଙ୍କୁ ତୁରନ୍ତ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସାମରିକ ବାହିନୀର କର୍ମଚାରୀମାନେ ଅଟକ ରଖିଥିଲେ । ଏବଂ ସେମାନଙ୍କୁ ବସ୍‌ରେ ଭର୍ତ୍ତି କରି ନିକଟସ୍ଥ ପୋଲିସ ଷ୍ଟେସନକୁ ନିଆଯାଇଥିଲା । ଅଧ୍ୟକ୍ଷ ଚୌଧୁରୀ ଅନିଲ କୁମାରକୁ ଅଟକ ରଖିଛି ପୋଲିସ । ତେବେ ଏନେଇ ସେ କହିଛନ୍ତି ଯେ କେନ୍ଦ୍ର ସରକାର JEEଏବଂ NEET ପରୀକ୍ଷା ବଳପୂର୍ବକ ପରିଚାଳନା କରୁଛନ୍ତି । ଯଦି କୌଣସି ଛାତ୍ର ସହିତ କିଛି ଭୂଲ ହୁଏ ତେବେ ସେଥିପାଇଁ ଦାୟୀ କିଏ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସରକାରଙ୍କ ତରଫରୁ ନା କୌଣସି ଗାଇଲାଇନ ଜାରି ହୋଇଛି ନା ଏସଓପି ଜାରି ହୋଇଛି ବୋଲି ସେ କହିଛନ୍ତି ।

ତେବେ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଶାସ୍ତ୍ରୀ ଭବନ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସାମରିକ ବାହିନୀର କର୍ମକର୍ତ୍ତାମାନେ ଏହି ଅଞ୍ଚଳରେ ବ୍ୟାରିକେଡ୍ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.