ETV Bharat / bharat

ଦିଲ୍ଲୀ ସରକାର ଆରମ୍ଭ କଲେ ଡେଙ୍ଗୁ ବିନାଶୀ ଅଭିଯାନ - dengue

ବର୍ଷା ଋତୁରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ନେତୃତ୍ୱାଧୀନ ସରକାର ପୁଣିଥରେ "10 ହପ୍ତେ 10 ବଜେ 10 ମିନିଟ୍, ହର ରବିବାର, ଡେଙ୍ଗୁ ପର୍ ବାର" ପଦକ୍ଷେପ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀ ସରକାର ଆରମ୍ଭ କଲେ ଡେଙ୍ଗୁ ବିନାଶୀ ଅଭିଯାନ

author img

By

Published : Sep 6, 2020, 3:49 PM IST

ନୂଆଦିଲ୍ଲୀ : ବର୍ଷା ଋତୁରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ନେତୃତ୍ୱାଧୀନ ସରକାର ପୁଣିଥରେ "10 ହପ୍ତେ 10 ବଜେ 10 ମିନିଟ୍, ହର ରବିବାର, ଡେଙ୍ଗୁ ପର୍ ବାର" ପଦକ୍ଷେପ ଆରମ୍ଭ କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଗତ ବର୍ଷ ଭଳି ଜାତୀୟ ରାଜଧାନୀର ଲୋକମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ବର୍ଷା ସମୟରେ ଡେଙ୍ଗୁ ରୋଗର ପ୍ରଭାବକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଜାତୀୟ ରାଜଧାନୀକୁ ଡେଙ୍ଗୁରୁ ରକ୍ଷା କରିବାକୁ ଆମେ ପୁଣି ଥରେ "10 ହପ୍ତେ 10 ବଜେ 10 ମିନିଟ୍, ହର ରବିବାର, ଡେଙ୍ଗୁ ପର୍ ବାର" ଆରମ୍ଭ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତବର୍ଷ ମଧ୍ୟ ଏହି ଅଭିଯାନ ବିଶେଷ ସଫଳତା ହାସଲ କରିଥିଲା । ଏହା କାରଣରୁ 2019ରେ ଦିଲ୍ଲୀର ଦୁଇ କୋଟି ଲୋକ ଡେଙ୍ଗୁ ମୁକାବିଲା କରିବାରେ ସକ୍ଷମ ହୋଇଥିଲେ । ତେବେ ଏଥିରେ କୌଣସି ଲୋକଙ୍କ ମୃତ୍ୟୁ ହୋଇ ନଥିଲା।

ମୁଖ୍ୟମନ୍ତ୍ରୀ ଘରେ ଥିବା ପୁରୁଣା ଜଳକୁ ବାହାର କରି ପ୍ରତି ରବିବାର ଦିନ ସକାଳ 10 ଟାରେ ମଧୁର ପାଣିରେ ବଦଳାଇବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି । ଏହା କରିବାକୁ 10 ମିନିଟ୍ ମଧ୍ୟ ଲାଗିବ ନାହିଁ। ଯାହା ଦ୍ବାରା ଆମେ ଚଳିତ ବର୍ଷ ମଧ୍ୟ ଆମେ ଡେଙ୍ଗୁକୁ ପରାସ୍ତ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.