ନୂଆଦିଲ୍ଲୀ: ଦିଲ୍ଲୀ ଅନାଜ ମଣ୍ଡି ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୃତକଙ୍କ ପରିବାରକୁ 10 ଲକ୍ଷ ଓ ଆହତଙ୍କ ପରିବାରକୁ 1 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ରାଜ୍ୟ ବିଜେପି ଶାଖା ପକ୍ଷରୁ ମୃତକଙ୍କ ପରିବାରକୁ 5 ଲକ୍ଷ ଓ ଆହତଙ୍କ ପାଇଁ 25 ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ଏହା ସହିତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏ ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାସନାଲ ରିଲିଫ ଫଣ୍ଡରୁ ଅତିରିକ୍ତ ଭାବେ ମୃତକଙ୍କ ପରିବାରକୁ 2 ଲକ୍ଷ ଓ ଗୁରୁତର ଆହତଙ୍କ ପାଇଁ 50 ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ବିହାରରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କୁ 2ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ, ବିଜେପି ନେତା ବିଜୟ ଗୋଏଲ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି 50 ପ୍ରତିଶତରୁ ଅଧିକ ପୋଡିଯାଇଥିବା ଡାକ୍ତରଖାନା ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି 8 ଜଣ ଧୂଆଁର ପ୍ରଭାବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ 15 ଜଣ ଆହତ ହୋଇଛନ୍ତି।
ରବିବାର ସକାଳ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ, ମଣ୍ଡି ମାଲିକ ଫେରାର ହୋଇଯାଇଛି। ଏହି ଘଟଣାରେ ମାଲିକଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା 304 ଅଧୀନରେ ମାମଲା ରୁଜୁ କରାଯାଇଛି। ସର୍ଟସର୍କିଟ ପାଇଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।