ETV Bharat / bharat

ଜାତୀୟ ରାଜନୀତିକୁ ନେଇ କଣ ରହିଛି କେଜ୍ରିୱାଲଙ୍କ ଏଜେଣ୍ଡା?

ରବିବାର ତୃତୀୟଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ସଫଳତା ପରେ ଜାତୀୟ ରାଜନୀତିରେ ପ୍ରବେଶ କରିବେ କି ଆପ ମୁଖ୍ୟ । କଣ ରହିଛି ଜାତୀୟ ରାଜନୀତିକୁ ନେଇ ତାଙ୍କ ଆଭିମୁଖ୍ୟ ।ପଢନ୍ତୁ ସଂପୂର୍ଣ୍ଣ ଖବର....

delhi chief minister
delhi chief minister
author img

By

Published : Feb 17, 2020, 2:50 AM IST

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ଦଳ ମୁଖିଆ ଅରବିନ୍ଦ କେଜ୍ରିୱାଲ ତୃତୀୟଥର ପାଇଁ ରବିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଛା ହୋଙ୍ଗେ ପାଞ୍ଚଶାଲ ନାରା ଦେଇ ଶାସନ ଆରମ୍ଭ କରିଛନ୍ତି କେଜ୍ରିୱାଲ ।

ବିଜେପିର ତମାମ ପ୍ରୟାସ, ଅନେକ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ, 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ନେତାଙ୍କ ଘନଘନ ପ୍ରଚାର ସତ୍ବେ ଦିଲ୍ଲୀରେ ଧକ୍କା ଖାଇଲା ବିଜେପି । ଏହି ନିର୍ବାଚନକୁ ନେଇ ସାରା ଦେଶର ଲୋକଙ୍କ ସହ ସମସ୍ତ ରାଜନୈତିକ ଦଳଙ୍କ ନଜରରେ ଥିଲେ ଆପ ମୁଖ୍ୟ । ତେବେ କ୍ଷମତା ଦଖଲ ପାଇଁ ଅଣ୍ଟା ଭିଡିଥିବା ବିଜେପିକୁ ଶକ୍ତ ଧକ୍କା ଦେଇଥିବା ଆପ ଏବେ ରାଷ୍ଟ୍ରୀୟ ରାଜନୀତିରେ ପାଦ ଥାପିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ରବିବାର ଶପଥ ଗ୍ରହଣ ପରେ ଏନେଇ କେଜ୍ରିୱାଲ କୌଣସି ପତ୍ତା ଖୋଲି ନାହାଁନ୍ତି । ତୃତୀୟଥର ପାଇଁ କେଜ୍ରିୱାଲ ଶପଥ ଗ୍ରହଣ କରିବା ପରେ ନିଜ ବକ୍ତବ୍ୟରେ କେବଳ ଦିଲ୍ଲୀର ବିକାଶ କଥା ହିଁ ଉଠାଇଥିଲେ । ଏହାସହ କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବାକୁ ଆଗ୍ରହୀ ବୋଲି ନୂଆ ରଣନୀତିର ସଂକେତ ଛାଡିଛନ୍ତି କେଜ୍ରିୱାଲ ।

11 ଫେବୃୟାରୀରେ ଦିଲ୍ଲୀ ନିର୍ବାଚନର ଫଳାଫଳ ଆସିବା ପରେ ଜାତୀୟ ରାଜନୀତିରେ ଅନେକ ଲୋକ କେଜ୍ରିୱାଲଙ୍କୁ ମୋଦିଙ୍କ ବିକଳ୍ପ ଭାବେ ଦେଖିବା ଆରମ୍ଭ କରିଥିଲେ । ସେହି ଦୃଷ୍ଟିରୁ ଶପଥ ଗ୍ରହଣ ଉତ୍ସବରେ କେଜ୍ରିୱାଲ ଜାତୀୟ ରାଜନୀତିରେ ପ୍ରବେଶ ପାଇଁ କିଛି ଘୋଷଣା କରିପାରନ୍ତି ବୋଲି ଆପ ପ୍ରଶଂସକ ଆଶା ରଖିଥିଲେ । କିନ୍ତୁ କେଜ୍ରିୱାଲ ବର୍ତ୍ତମାନ ଯଦିଓ ଜାତୀୟ ରାଜନୀତିରେ ପ୍ରବେଶ ପାଇଁ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି କିନ୍ତୁ ସେ ଯେ ଆଗ୍ରହୀ ନୁହଁନ୍ତି ତାହା ମଧ୍ୟ ସ୍ପଷ୍ଟ କରିନାହାଁନ୍ତି। କେବଳ ଦିଲ୍ଲୀର ପୁଅ ଦିଲ୍ଲୀ ସେବା ପାଇଁ ସେ ସଦା ସର୍ବଦା ପ୍ରସ୍ତୁତ ଥିବା କହିଛନ୍ତି ।

ଭବିଷ୍ୟତ ରାଜନୀତି କେବଳ ବିକାଶ

ବିଜୁଳି, ପାଣି, ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଦିଲ୍ଲୀ ସରକାର କରିଥିବା କାମ ଦେଶ ପାଇଁ ମଡେଲ ବୋଲି କେଜ୍ରିୱାଲ କହିଛନ୍ତି । ଏହାସହ ସେ କହିଛନ୍ତି, ଭବିଷ୍ୟତ ରାଜନୀତି କେବଳ ବିକାଶର ମୁଦ୍ଦାରେ ହେବ ବୋଲି ସେ କହିଛନ୍ତି । ଧାରଣା, ପ୍ରତିବାଦ, ବିକ୍ଷୋଭ ପରେ 2012ରେ କେଜ୍ରିୱାଲ ରାଜନୀତି ମୈଦାନକୁ ଆସିଥିଲେ । ପରେ 2013ରେ ନିର୍ବାଚନ ଲଢି କଂଗ୍ରେସ ସମର୍ଥନରେ 49 ଦିନିଆ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

2015ରେ ପୂର୍ଣ୍ଣ ବହୁ ମତରେ କ୍ଷମତା ୱାପସୀ

ବର୍ଷ 2015ରେ ଆମ ଆଦମୀ ପାର୍ଟି ସରକାର ପୂର୍ଣ୍ଣ ବହୁମତରେ କ୍ଷମତାକୁ ଫେରିଥିଲା । କିନ୍ତୁ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡିଥିଲେ । କେବେ ଅଫିସରଙ୍କ ସହ ବିବାଦ ତ ପୁଣି କେବେ ଉପ-ରାଜ୍ୟପାଳ ପୁଣି କେବେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ କେନ୍ଦ୍ର ସହ ମୁହାଁମୁହିଁ ହୋଇଥିଲେ । ହେଲେ ବର୍ଷ 2020ରେ କେଜ୍ରିୱାଲ ଜଣେ ବିଚକ୍ଷଣ ରାଜନୀତି ଖେଳାଡି ଭଳି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ସଂପୂର୍ଣ୍ଣ ନିର୍ବାଚନ ପ୍ରଚାରରେ ବିବାଦ ଠାରୁ ଦୂରେଇ ରହିବା ସହ ବିକାଶକୁ ମୁଦ୍ଦା କରିଥିଲେ । ବିଜେପିର ବିବାଦ ରାଜନୀତି ଓ ସାମ୍ପ୍ରଦାୟିକ ରାଜନୀତିରେ ନପଶି କେବଳ ଦିଲ୍ଲୀର ବିଭିନ୍ନ ପ୍ରସଙ୍ଗକୁ ମୁ୍ଦ୍ଦା କଲେ । ଏହାସହ ନିଜର କାର୍ଯ୍ୟକୁ ନେଇ ଭୋଟ ମାଗିଲେ । ଯାହା କେଜ୍ରିୱାଲଙ୍କୁ ସଫଳତା ଦେଲା ।

ଶାହୀନବାଗ ପ୍ରସଙ୍ଗରେ ଚୁପ ରହିବା ଟର୍ଣ୍ଣିଙ୍ଗ ପଏଣ୍ଟ ହେଲା

ଦିଲ୍ଲୀ ନିର୍ବାଚନର 3 ସପ୍ତାହ ପୂର୍ବରୁ ନିର୍ବାଚନ ଏକତରଫା ହେବା ବୋଲି ବିବେଚନା କରୁଥିଲେ ରାଜନୈତିକ ପଣ୍ଡିତ । କିନ୍ତୁ ବିଜେପି ସୈନ୍ୟ ସାମନ୍ତ, ବୀର ଯୋଦ୍ଧାଙ୍କୁ ଧରି ଯେତେବେଳେ ମୈଦାନକୁ ଓହ୍ଲାଇଲା ନିର୍ବାଚନର ରୋମାଞ୍ଚ ବଢିଗଲା । ବିଜେପି ସବୁଠି ଶାହୀନବାଗ ପ୍ରସଙ୍ଗ ଉଠାଇଲା । ଏବଂ ଆପକୁ ଘେରିବା ପାଇଁ ଭରପୂର ପ୍ରୟାସ କଲା । କିନ୍ତୁ କେଜ୍ରିୱାଲ ଓ ତାଙ୍କ ଦଳ ଏହି ପ୍ରସଙ୍ଗରେ ସଂପୂର୍ଣ୍ଣ ରୂପେ ନୀରବ ରହିଲେ । ନା ସମର୍ଥନରେ କିଛି କହିଲେ ନା ବିରୋଧରେ । କେବେଳ ଚତୁରତାର ସହ କେଜ୍ରିୱାଲ ରାସ୍ତା ଖାଲି ହେବା ଦରକାର ବୋଲି କହିଲେ । ସେପଟେ ଅମିତ ଶାହା ଶାହୀନବାଗକୁ ନେଇ ପୁରା ମୋର୍ଚ୍ଚା ଖୋଲିଦେଇଥିବା ବେଳେ କେଜ୍ରିୱାଲ ସ୍ଥାନୀୟ ସମସ୍ୟାକୁ ନେଇ ସମର୍ଥନ ଯୋଗାଡରେ ଚାଲିଲେ । ଆଉ ଯେତେବେଳେ ନିର୍ବାଚନ ଫଳାଫଳ ଆସିଲା ଏହି ପ୍ରସଙ୍ଗ ବିଜେପିକୁ ଭାରି ପଡିଲା ।

ଲୋକସଭା ନିର୍ବାଚନରେ ମଧ୍ୟ ଲଢିଥିଲା ଆପ

2014 ଲୋକସଭା ନିର୍ବାଚନରେ ସାରାଦେଶରେ ଆପ 4ଶହ ପ୍ରାର୍ଥୀ ଦେଇଥିଲା । ବାରଣାସୀରେ ମୋଦିଙ୍କ ବିରୋଧରେ ନିଜେ କେଜ୍ରିୱାଲ ଲଢିଥିଲେ । ହେଲେ ଏହି ନିର୍ବାଚନରେ ଆପକୁ ଜବରଦସ୍ତ ଝଟକା ଲାଗିଥିଲା । ଏଥିରୁ ଦଳ ଶିକ୍ଷା ଲାଭ କରି ଦିଲ୍ଲୀ ନିର୍ବାଚନରେ ନା କେନ୍ଦ୍ର ସରକାରଙ୍କ ସହ ଲଢେଇ କଲା ନା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା ବଂର ଦିଲ୍ଲୀର ବିକାଶ ମଡେଲରେ ଧ୍ୟାନ ଦେଲା ।

ପାଞ୍ଚବର୍ଷର କାମ ଆଧାରରେ ଭୋଟ ମାଗିଲେ କେଜ୍ରି

ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ଅବସରରେ କେଜ୍ରିୱାଲ 6 ଜାନୁୟାରୀରେ କହିଥିଲେ ଆମେ ଗତ ପାଞ୍ଚ ବର୍ଷରେ କାମ କରିଛୁ । ଯଦି ଆପଣଙ୍କ ବିଚାରରେ ଆମେ କାମ କରିଛୁ ଭୋଟ ଦିଅନ୍ତୁ ନଚେତ ଭୋଟ ଦିଅନ୍ତୁ ନାହିଁ ବୋଲି ସିଧା ସଳଖ ଲୋକଙ୍କୁ କହିଥିଲେ । ଯାହା ଦିଲ୍ଲୀବାସୀଙ୍କୁ ଆପ ବିଷୟରେ ଥରୁଟିଏ ବିଚାର କରିବା ପାଇଁ ବାଧ୍ୟ କରିଥିଲା । ଫଳରେ ଦିଲ୍ଲୀର 70 ସିଟରୁ 62 ସିଟ ଦେଲେ ଦିଲ୍ଲୀବାସୀ ।

ଘରୋଇ ସ୍କୁଲ ଫି ବଢିବାକୁ ଦେଇନଥିଲେ

ଦିଲ୍ଲୀର ଘରୋଇ ସ୍କୁଲରେ ପ୍ରତିବର୍ଷ ସ୍କୁଲ ଫି 10ରୁ 20 ପ୍ରତିଶତ ଫି ବଢିଥାଏ । କିନ୍ତୁ ଏହା ଉପରେ ରୋକ ଲଗାଇଥିଲେ ଆପ ସରକାର । ଯାହା ଅଭିଭାବକଙ୍କୁ ଆଶ୍ବସ୍ତି କରିଥିଲା । ଏହାସହ ସରକାରୀ ସ୍କୁଲର ଭିତ୍ତିଭୂମି, ପାଠ୍ୟକ୍ରମରେ ପରିବର୍ତ୍ତନ କରିଥିଲେ । ଏତତ ବ୍ୟତୀତ ବାର୍ଷିକ ପରୀକ୍ଷାରେ ପଡୁଥିବା ଫି’ କୁ ସରକାର ବହନ କରିଥିଲେ । ଯାହା 2ଲକ୍ଷ ଛାତ୍ରଛାତ୍ରୀଙ୍କୁ ଫାଇଦା ମିଳିଥିଲା ।

ମହଲ୍ଲା କ୍ଲିନିକ ଭଳି ଅଭିନବ ଯୋଜନା

ମହଲ୍ଲା କ୍ଲିନିକ’ ଭଳି ଅଭିନବ ଯୋଜନା କରି ସ୍ବାସ୍ଥ୍ୟ ସେବାକୁ ସିଧା ସଳଖ ଲୋକଙ୍କ ନିକଟକୁ ପହଞ୍ଚାଇଥିଲେ । ଦିଲ୍ଲୀରେ 350 ରୁ ଅଧିକ ମହଲ୍ଲା କ୍ଲିନିକ ସ୍ଥାପନ ହୋଇଛି । ଯେଉଁଠାରେ ଔଷଦ ଓ ସ୍ବାସ୍ଥ୍ୟ ପରୀକ୍ଷା ମାଗଣାରେ ଉପଲବ୍ଧ ହେଉଛି । ଏହାସହ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମଧ୍ୟ ଦିଲ୍ଲୀ ପରିସୀମୀ ଭିତ୍ତରେ ଯେକୌଣସି ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରିଛନ୍ତି ।

ପାଣି, ବିଜୁଳି, ମେଟ୍ରୋ ଯାତ୍ରା

କେଜ୍ରିୱାଲ ସରକାର ଦିଲ୍ଲୀବାସୀଙ୍କୁ ପାଣି ମାଗଣାରେ ଦେବାସହ ବିଜୁଳିରେ ମଧ୍ୟ ବଡ ରିହାତି ଦେଇଥିଲେ । ଏପରିକି 200 ଶହ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ଦେଉଛନ୍ତି । ଯାହା ଲୋକଙ୍କ ଜୀବନ ଧାରଣ ଉପରେ ଗଭୀର ଭାବେ ପ୍ରଭାବ ପକାଇଥିଲା । ଏହାସହ ମହିଳାଙ୍କ ପାଇଁ ମେଟ୍ରୋ ଓ ବସ ଯାତ୍ରା ମାଗଣାରେ ଉପଲବ୍ଧ କରାଇଥିଲେ । ସୁରକ୍ଷା ପାଇଁ ବହୁ ବସରେ ସିସିଟିଭି ଲଗାଇଥିଲେ ।

ଏହିସବୁ କାର୍ଯ୍ୟକ୍ରମ କେଜ୍ରିୱାଲଙ୍କୁ ପୁଣିଥରେ କ୍ଷମତା ବଜାୟ ରଖିବା ପାଇଁ ସହାୟକ ହୋଇଛି । ବିଜେପି କିନ୍ତୁ ରାଷ୍ଟ୍ରବାଦ ଓ ମୋଦିଙ୍କ ଲୋକପ୍ରିୟତାକୁ ଭରଷା କରି ଦିଲ୍ଲୀ ମୁଦ୍ଦାକୁ ଅଣଦେଖା କଲା । ଯାହା ଦଳ ପାଇଁ ବୁ୍ଂମେରା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.