ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବୁଧବାର ‘ଏକେ’ ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି । ଯାହା ମାଧ୍ୟମରେ ସେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଥିବା ଆପ୍ ର କର୍ମକର୍ତ୍ତାଙ୍କ ସହ ଯୋଡି ହୋଇ ରହିପାରିବେ ।
ଏହି ପରିପ୍ରେକ୍ଷୀରେ ଆପ୍ ଦିଲ୍ଲୀ ପ୍ରଦେଶ ସଂଯୋଜକ ଗୋପାଳ ରାୟ କହିଛନ୍ତି ଯେ, ଦିଲ୍ଲୀରେ ହେବାକୁ ବିଧାନସଭା ନିର୍ବାଚନ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅକ୍ଟୋବର 16ରୁ ଦଳୀୟ କର୍ମକର୍ତ୍ତାଙ୍କ ଦଳୀୟ ବୈଠକ କରାଯିବ । ବୁଧବାର ନଜଫଗଡ ଜିଲ୍ଲାର ହେବାକୁ ଥିବା ଦଳୀୟ ସମ୍ମିଳନୀ ଦ୍ବାରକାରେ ଏବଂ ତିଲକ ନଗର ସମ୍ମିଳନୀ ଜନକପୁରୀ ଠାରେ ଅନୁଷ୍ଠିତ ହେବ । ଅକ୍ଟୋବର 19ରେ ଅନ୍ୟ ଏକ ଦଳୀୟ ବୈଠକ ଆପ୍ ପକ୍ଷରୁ କରାଯିବ।