ETV Bharat / bharat

ଦିଲ୍ଲୀ କାହାର: EXIT POLLରେ ଆପ କ୍ରେଜ୍ ଜାରି - Delhi result

ଦିଲ୍ଲୀ ବିଧାନସଭା ପାଇଁ ଶେଷ ହୋଇଛି ମତଦାନ । ଆସିଛି ବୁଥ ବାହୁଡା ମତ । ବିଭିନ୍ନ ଏକଜିଟ ପୋଲ ସର୍ଭେ କହୁଛି ପୁଣିଥରେ ଆପ ଯାଦୁ ରହିବ ଜାରି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଦିଲ୍ଲୀ କାହାର
ଦିଲ୍ଲୀ କାହାର
author img

By

Published : Feb 8, 2020, 9:46 PM IST

ନୂଆଦିଲ୍ଲୀ: 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ସଂଧ୍ୟା 6 ଟା ପର୍ଯ୍ୟନ୍ତ 57.06 ପ୍ରତିଶତ ମତଦାନ ହୋଇଛି । ଭୋଟ ଗ୍ରହଣ ଶେଷ ହେବାପରେ ବିଭିନ୍ନ ଏଜେନ୍ସି ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଏବେ ସାମନାକୁ ଆସିଛି । ସମସ୍ତ ଏକଜିଟ ପୋଲ ଆମ ଆଦମୀ ପାର୍ଟିକୁ ପୁଣିଥରେ କ୍ଷମତା ବଜାୟ ରଖୁଥିବା ଦର୍ଶାଇଛନ୍ତି । ହେଲେ ଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଆପ କିଛି ସିଟ ହରାଇପାରେ ବୋଲି କହିଛନ୍ତି ।

ଟାଇମ୍ସ ନାଓ- ଟାଇମ୍ସ ନାଓ ଏକଜିଟ ପୋଲ ଅନୁସାରେ ଆମ ଆଦମୀ ପାର୍ଟିକୁ 44 ସିଟ ମିଳୁଥିବା ବେଳେ ବିଜେପିକୁ 26 ସିଟ ମିଳିବ । କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହେବ ନାହିଁ ବୋଲି ଏହି ସଂସ୍ଥା ଦର୍ଶାଇଛି ।

ରିପବ୍ଲିକ ଜନ-କି-ବାତ- ଏହି ଏଜେନ୍ସିର ଆକଳନ ଅନୁସାରେ ଆମ ଆଦମୀ ପାର୍ଟି 48ରୁ 61 ସିଟ ପାଇବ । ସେହିପରି ବିଜେପି 9-21 ସିଟ ପାଇବ । କଂଗ୍ରେସ ପାଇବ 0-1 ସିଟ ।

ଇଣ୍ଡିଆ ଟୁ଼ଡେ-ଏକ୍ସିସ ମାଇ ଇଣ୍ଡିଆ- ଏହି ଏଜେନ୍ସିର ପୂର୍ବାନୁମାନ ଅନୁସାରେ ଆମ ଆଦମୀ ପାର୍ଟି 59-68 ସିଟ ପାଇବାକୁ ଥିବାବେଳେ ବିଜେପିକୁ 2-11 ସିଟ ମିଳିବ । କଂଗ୍ରେସ କୌଣସି ସିଟ ପାଇବ ନାହିଁ ।

ଇଣ୍ଡିଆ ଟିଭି- ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ଆମ ଆଦମୀ ପାର୍ଟିକୁ 44 ସିଟ ମିଳିବ । ସେହିଭଳି ବିଜେପିକୁ 26 ସିଟ ମିଳିବ । ଏହି ସଂସ୍ଥା ମଧ୍ୟ କଂଗ୍ରେସକୁ କୌଣସି ସିଟ ଦେଇନାହିଁ ।

ଟିଭି-9- ଟିଭି-9ର ଆକଳନ ଅନୁସାରେ ଆମ ଆଦମୀ ପାର୍ଟିକୁ 54 ସିଟ ମିଳିବ । ସେପଟେ ବିଜେପି ପାଇବ 15 ଟି ସିଟ । ଏଠି ମଧ୍ୟ କଂଗ୍ରେସ କୌଣସି ଚମତ୍କାର କରିପାରିବ ନାହିଁ ।

ନ୍ୟୁଜ ଏକ୍ସ ନେତା- ନ୍ୟୁଜ ଏକ୍ସ ନେତାର ପୂର୍ବାନୁମାନ ଅନୁସାରେ କ୍ଷମତାସୀନ ଆମ ଆଦମୀ ପାର୍ଟିକୁ 53-57 ସିଟ ମିଳିବ । ବିଜେପିକୁ ମିଳିବ 11-17 ସିଟ । ତେବେ ନ୍ୟୁଜ ଏକ୍ସ ନେତା କହୁଛି କଂଗ୍ରେସକୁ 0-2 ସିଟ ମିଳିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.