ETV Bharat / bharat

ଆଗକୁ ଆହୁରି ବିଗିଡିବ ଦିଲ୍ଲୀ ବାୟୁ ଗୁଣବତ୍ତା

author img

By

Published : Dec 23, 2020, 9:52 AM IST

ଦିନକୁ ଦିନ ବିଗିଡିବାରେ ଲାଗିଛି ବାୟୁ ଗୁଣବତ୍ତା । ଏହା ଆଗକୁ ଆହୁରି ବିଗିଡି ଗୁରୁତର ହେବ ବୋଲି ସାଫାର ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ବିଗୁଡୁଛି ଦିଲ୍ଲୀ ବାୟୁ ଗୁଣବତ୍ତା
ବିଗୁଡୁଛି ଦିଲ୍ଲୀ ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: ଦିନକୁ ଦିନ ବିଗୁଡୁଛି ଦିଲ୍ଲା ବାୟୁ ଗୁଣବତ୍ତା । ବୁଧବାର ବାୟୁ ଗୁଣବତ୍ତା ସୂଚକାଙ୍କ 404 ଆକଳନ ସହ ଗୁରୁତର ସ୍ତରରେ ରହିଛି । ଏହା ଆଗକୁ ଆହୁରି ଗମ୍ଭୀର ସ୍ତରକୁ ଯିବ ବୋଲି କହିଛନ୍ତି ବିଶେଷଜ୍ଞ ।

ଜାତୀୟ ରାଜଧାନୀଠାରୁ ନୋଏଡାରେ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିଛି ବାୟୁ ଗୁଣବତ୍ତା । ଆଗାମୀ ସପ୍ତାହରେ ଏହା ଆହୁରି ବିଗିଡିବା ସହିତ 500କୁ ଛୁଇଁବ ବୋଲି କହିଛନ୍ତି ବିଶେଷଜ୍ଞ । ତେବେ ଦିଲ୍ଲୀର ଏପରି ଗମ୍ଭୀର ସ୍ଥିତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାଫାର ଇଣ୍ଡିଆର ତଥ୍ୟ ଅନୁଯାୟୀ, ଗୁରୁବାର ସୁ୍ଦ୍ଧା ଦିଲ୍ଲୀର ବାୟୁ ଅତି ନିମ୍ନମାନର ରହିବ ବୋଲି ଅନୁମାନ କରିଛି ।

ଫଳରେ ଦିଲ୍ଲୀ ତଥା ଏହାର ଆଖ ପାଖ ଅଞ୍ଚଳ ଧୂଆଁମୟ ହେବ ବୋଲି ସୂଚନା ମିଳିଛି । ଭୂପୃଷ୍ଠରେ ପବନର ବେଗ ଆହୁରି ମନ୍ଥର ହେବାର ସମ୍ଭାବନା ଅଛି । ଧୀର ପବନ-ଥଣ୍ଡା ପରିସ୍ଥିତିରେ ଏହି ଅଞ୍ଚଳରେ କୁହୁଡ଼ି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସଫର ଇଣ୍ଡିଆ କହିଛି। ଦିଲ୍ଲୀର ମଥୁରା ରୋଡରେ ବୁଧବାର ବାୟୁ ଗୁଣବତ୍ତା ସୂଚକାଙ୍କ 509,ଲୋଧି ରୋଡରେ 375ରୁ 395 ଭିତରେ ଅତି ଗୁରୁତର ରହିଥିଲା ।

ମଙ୍ଗଳବାର ଦିନ ମଧ୍ୟ ବାୟୁ ଗୁଣବତ୍ତା ବିଭିନ୍ନ ସ୍ଥାନରେ ଗୁରୁତର ବର୍ଗରେ ଥିଲା | ପାଟର୍ଗଞ୍ଜରେ 527, ଶ୍ରୀନିବାସପୁରୀରେ 522, ନୋଏଡାରେ 528, ଫରିଦାବାଦରେ 575, ଆନନ୍ଦ ବିହାରରେ 547 ଏବଂ ମନ୍ଦିର ମାର୍ଗରେ 399 ଥିଲା ଯାହା ସହରର ସର୍ବୋତ୍ତମ ଆକଳନ କରାଯାଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.