ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁଦାନ ପ୍ରଦାନ କରାଯାଇଛି। ତେବେ ସମସ୍ତ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ଏହି ଅନୁଦାନ ସଠିକ ଭାବେ ଖର୍ଚ୍ଚ କରୁନାହାନ୍ତି। ମହାରାଷ୍ଟ୍ର ଓ ଚଣ୍ଡିଗଡ଼ କୋରୋନା ମୁକାବିଲା ପାଇଁ ଦିଆଯାଇଥିବା ଅନୁଦାନର 50 ପ୍ରତିଶତରୁ ବି କମ ଖର୍ଚ୍ଚ କରିଛନ୍ତି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ।
ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ 3 ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଓ ଗୋଟିଏ ରାଜ୍ୟକୁ ଛାଡ଼ି ବାକି ସମସ୍ତ ରାଜ୍ୟ କୋରୋନା ମୁକାବିଲା ପାଇଁ ଏହି ଅନୁଦାନକୁ ଖର୍ଚ୍ଚ କରିଛନ୍ତି। ମହାରାଷ୍ଟ୍ରକୁ ଦିଆଯାଇଥିବା ଅନୁଦାନର କେବଳ 42.5 ପ୍ରତିଶତ ଖର୍ଚ୍ଚ କରିଛି। ସେହିଭଳି ଚଣ୍ଡିଗଡ଼ 47.8 ପ୍ରତିଶତ ଅନୁଦାନ ଖର୍ଚ୍ଚ କରିଛି। ଦିଲ୍ଲୀକୁ ମିଳିଥିବା ଅନୁଦାନର 75.4 ପ୍ରତିଶତ ଅନୁଦାନ ଖର୍ଚ୍ଚ ହୋଇଛି, ସାପ୍ତାହିକ ୱେବିନାର ସଣ୍ଡେ ସମ୍ବାଦ ନାମକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।
ପ୍ରତ୍ୟେକ ରବିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସାପ୍ତାହିକ ୱେବିନାର ସଣ୍ଡେ ସମ୍ବାଦ ନାମକ କାର୍ଯ୍ୟକ୍ରମ କରିଥାନ୍ତି। ଏହି କାର୍ଯ୍ୟକ୍ରମରେ ସେ ସାମାଜିକ ଗଣମାଧ୍ୟମରେ ଦେଶବାସୀଙ୍କ ପ୍ରଶ୍ନର ଉତ୍ତର ରଖିଥାନ୍ତି। ୱେବିନାର ସମୟରେ ଜଣେ ବ୍ୟକ୍ତି କୋଭିଡ ଅନୁଦାନ ନେଇ ପ୍ରଶ୍ନ ପଚାରିବା ପରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ।
@ians