ETV Bharat / bharat

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା; ଫ୍ୟାକ୍ଟ୍ରି ମାଲିକ ଗିରଫ

author img

By

Published : Dec 8, 2019, 6:50 PM IST

ଦିଲ୍ଲୀ ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ ଘଟଣାରେ ନିଆଁ ଲାଗିଥିବା ଫ୍ୟାକ୍ଟ୍ରି ମାଲିକ ରେହାନକୁ ପୋଲିସ ଗିରଫ କରିଛି । ଏହାସହ ପୋଲିସ ତାଙ୍କ ଭାଇଙ୍କୁ ହେପାଜତକୁ ନେଇଥିବାବେଳେ ରେହାନର ଅନ୍ୟ ବନ୍ଧୁବାନ୍ଧବଙ୍କୁ ପଚରାଉଚରା ଜାରି ରଖିଛି ।

Delhi anaj mandi fire update
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା; ଫ୍ୟାକ୍ଟ୍ରିର ମାଲିକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ ଘଟଣାରେ ନିଆଁ ଲାଗିଥିବା ଫ୍ୟାକ୍ଟ୍ରିର ମାଲିକ ରେହାନକୁ ପୋଲିସ ଗିରଫ କରିଛି । ଏହାସହ ପୋଲିସ ତାଙ୍କ ଭାଇଙ୍କୁ ହେପାଜତକୁ ନେଇଥିବାବେଳେ ରେହାନର ଅନ୍ୟ ବନ୍ଧୁବାନ୍ଧବଙ୍କୁ ପଚରାଉଚରା ଜାରି ରଖିଛି । ଏହି ଅଗ୍ନିକାଣ୍ଡରେ ପାଖାପାଖି 43 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 59 ଜଣଙ୍କୁ ଉଦ୍ଧାର କରାଯାଇଛି । ଯେଉଁମାନଙ୍କ ଭିତରେ ଅନେକ ଗୁରୁତର ଭାବରେ ଆହତ ଥିବା ଜଣାପଡିଛି ।

ସୂଚନାନୁଯାୟୀ, ଦିଲ୍ଲୀର ରାଣୀ ଝାନସି ରୋଡସ୍ଥିତ ଏକ ଫ୍ୟାକ୍ଟ୍ରିରେ ରବିବାର ସକାଳ ସାଢେ 4 ରୁ 5 ମଧ୍ୟରେ ନିଆଁ ଲାଗିଯାଇଥିଲା । ଯେଉଁ ସମୟରେ ନିଆଁ ଲାଗିଥିଲା ସେହି ସମୟରେ ଫ୍ୟାକ୍ଟ୍ରିର ଗେଟ ବାହାରୁ ବନ୍ଦ ଥିଲା । ନିଆଁ ଲାଗିଥିବା ବେଳେ ଫ୍ୟାକ୍ଟ୍ରିର ସମସ୍ତ ଶ୍ରମିକ ଶୋଇଥିବା ବେଳେ ବାହାରକୁ ଆସିବା ପାଇଁ ଚିତ୍କାର କରୁଥିଲେ । ପ୍ରଥମେ ସ୍ଥାନୀୟ ଲୋକ ଗେଟକୁ ଭାଙ୍ଗି କିଛି ଲୋକଙ୍କୁ ବାହାରକୁ ଆଣିଥିଲେ । ପରେ 30 ରୁ ଅଧିକ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ।

କୁହାଯାଉଛି ଯେ ଯେଉଁ ବିଲ୍ଡିଂରେ ନିଆଁ ଲାଗିଥିଲା ତାହା ବେଆଇନ ଭାବରେ ଚାଲୁଥିଲା । ଏହି ବିଲ୍ଡିଂ ସମେତ ସେହି ଅଞ୍ଚଳରେ ଏପରି ଅନେକ ଛୋଟ ଛୋଟ ଫ୍ୟାକ୍ଟ୍ରି ରହିଛି ଯାହାକି ବେଆଇନ ଭାବରେ ଚାଲୁଛି । ସେହି ଅଞ୍ଚଳର ଚାରିଆଡେ ବିଜୁଳି ତାର ରହିଛି । ସେହି ବିଲ୍ଡିଂ ଗୁଡିକର ନା କୌଣସି ଫାୟାର ସେଫ୍ଟି ରହିଛି ନା ଏନଓସି ଅଛି । ତେଣୁ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.