ETV Bharat / bharat

କୃଷି ବିଲକୁ ବିରୋଧ କରି ପଞ୍ଜାବ ଓ ହରିୟାଣା ଚାଷୀଙ୍କ ଧାରଣା - କୃଷି ବିଲ

ସରକାର ତିନିଟି କୃଷି ବିଲ ପାରିତ କରିବା ପରେ ଦେଶବ୍ୟାପୀ କୃଷକ ସଂଘ ପକ୍ଷରୁ ଏହାର ବିରୋଧ ହୋଇଥିବା ବେଳେ ଅମୃତସରର ଜାତୀୟ ରାଜପଥରେ ପଞ୍ଜାବ ଓ ହରିୟାଣା କୃଷକ ଧାରଣା ଦେଇଛନ୍ତି ।

delhi amritsar highway blocked by punjab farmers
କୃଷି ବିଲକୁ ବିରୋଧ କରି ପଞ୍ଜାବ ଓ ହରିୟାଣା କୃଷକଙ୍କ ଧାରଣା
author img

By

Published : Oct 4, 2020, 8:12 PM IST

ନୂଆଦିଲ୍ଲୀ: ଦେଶରେ କୃଷି ବିଲ ପାରିତ ହେବା ପରେ ରାଜ୍ୟରେ କୃଷକମାନେ ଏହାର ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି । ତେବେ ଆଜି ପଞ୍ଜାବ ଓ ହରିୟାଣାର କୃଷକମାନେ କୃଷି ବିଲକୁ ବିରୋଧ କରି ଅମୃତସରର ଜାତୀୟ ରାଜପଥରେ ଧାରଣା ଦେଇଛନ୍ତି ।

କୃଷି ବିଲକୁ ବିରୋଧ କରି ପଞ୍ଜାବ ଓ ହରିୟାଣା କୃଷକଙ୍କ ଧାରଣା

ସରକାରଙ୍କ କୃଷି ବିଲ ପାରିତ ହେବା ପରେ ଏହାକୁ ନେଇ କୃଷକ ସଂଘ ପକ୍ଷରୁ ଅସନ୍ତେଷ ପ୍ରକାଶ ପାଇଛି । ରାଜ୍ୟରେ ବିଭିନ୍ନ ଜାଗାରେ ଧାରଣାକୁ ଓହ୍ଲାଇଛନ୍ତି କୃଷକମାନେ । ଏହାକୁ ବିରୋଧ କରି ଆଜି ଶିରୋମଣି ଅକାଳି ଦଳ ପକ୍ଷରୁ ଅମୃତସର ଜାତୀୟ ରାଜପଥରେ ଧାରଣା ଦିଆହୋଇଛି । ପ୍ରକୃତରେ କେହି ବି କୃଷକଙ୍କ ହିତ ବିଷୟରେ ଭାବନ୍ତି ନାହିଁ । କେବଳ ଏହି ସବୁ ପ୍ରସଙ୍ଗକୁ ନେଇ ନେତାମାନେ କେବଳ ରାଜନୀତି କରନ୍ତି ବୋଲି କହିଛନ୍ତି ଶିରୋମଣି ଅକାଳି ଦଳର ମୁଖ୍ୟ । ସେ ଆହୁରି କହିଛନ୍ତି ମୋଦି ସରକାରଙ୍କ ଦ୍ୱାରା ପାରିତ ଏହି କୃଷି ବିଲ କୃଷକଙ୍କ ହିତରେ ନୁହେଁ କୃଷକଙ୍କ ବିରୋଧରେ ।

ଆଗକୁ ଯଦି ତିନିଟି କୃଷି ବିଲକୁ ନ ଉଠାଇବେ ତେବେ ଧାରଣା ତୀବ୍ର ହେବା ସହ ସଂସଦକୁ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ଶିରୋମଣି ଅକାଳି ଦଳ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.