ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ରହିଛି । ଦିଲ୍ଲୀ ଏନସିଆରର ପ୍ରଦୂଷଣ ସବୁ ରେକର୍ଡ ଭାଙ୍ଗି ଦେଇଛି । ଏନସିଆରର ଏୟାର କ୍ବାଲିଟି ଇଣ୍ଡେକ୍ସ 1000 ଟପିଯାଇଛି
ଦିଲ୍ଲୀର ବବାନାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ସର୍ବାଧିକ 492 ଥିବା ବେଳେ ଆଇଟିଓରେ ଏହି ଇଣ୍ଡେକ୍ସ 487 ଟପିଛି । ସେହିପରି ଅଶୋକ ବିହାରରେ ଏହି ସ୍ତର 482, ବସୁନ୍ଧରାରେ 486, ଇନ୍ଦିପୁରମରେ 482 ରହିଛି । ଉତ୍ତରପ୍ରଦେଶ ଲକ୍ଷ୍ନୌର ଲାଲବାଗରେ ଏୟାର କ୍ବାଲିଟି ଇଣ୍ଡେକ୍ସ 419 ଓ ତାଲକଟୋରା ଜିଲ୍ଲାରେ ଏହା 433 ରହିଛି । ଅନ୍ୟପକ୍ଷେ ରବିବାର ସକାଳୁ ଦିଲ୍ଲୀରେ ଝିପଝିପ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ବର୍ଷା ସତ୍ତ୍ବେ ବି ପ୍ରଦୂଷଣ କମିବାର ନାମ ନେଉ ନାହିଁ ।